ବଲିଉଡ଼ ଅଭିନେତ୍ରୀ ମାନଙ୍କ ସହ ପ୍ରେମରେ ଉବୁଟୁବୁ ହେଉଥିଲେ ଏହି 5 ଜଣ ଷ୍ଟାର କ୍ରିକେଟର, ପୁରା ଲିଷ୍ଟ ଜାଣିଲେ ତାଯୁବ୍ ହେବେ ଆପଣ

 
ବଲିଉଡ଼ ଅଭିନେତ୍ରୀ ମାନଙ୍କ ସହ ପ୍ରେମରେ ଉବୁଟୁବୁ ହେଉଥିଲେ ଏହି 5 ଜଣ ଷ୍ଟାର କ୍ରିକେଟର, ପୁରା ଲିଷ୍ଟ ଜାଣିଲେ ତାଯୁବ୍ ହେବେ ଆପଣ

ଭାରତରେ ଉଭୟ କ୍ରିକେଟ ଏବଂ ସିନେମାର ଯଥେଷ୍ଟ କ୍ରେଜ୍ ରହିଛି। ଉଭୟ କ୍ରିକେଟର ଏବଂ ସିନେ ତାରକାଙ୍କୁ ସେଲିବ୍ରିଟିର ମାନ୍ୟତା ଦିଆଯାଇଥାଏ। ତେବେ ବିଗତ ଦିନରେ ବହୁତ ଏଭଳି ଷ୍ଟାର କ୍ରିକେଟର ଆସିଛନ୍ତି ଯେଉଁମାନଙ୍କର ବଲିଉଡ଼ ଅଭିନେତ୍ରୀ ମାନଙ୍କ ସହ ପ୍ରେମ ସମ୍ପର୍କ କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ତେବେ ଆସନ୍ତୁ ଜାଣିବା ଏଭଳି କିଛି ସେଲିବ୍ରିଟି ଯୋଡି ମାନଙ୍କ ବିଷୟରେ:-

  • ଯୁବରାଜ ସିଂ ଏବଂ କିମ ଶର୍ମା:-

ବଲିଉଡ ଅଭିନେତ୍ରୀ କିମ ଶର୍ମାଙ୍କ ସହ ଯୁବରାଜ ସିଂଙ୍କ ସମ୍ପର୍କ କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ୨୦୦୩ ମସିହାରେ କିମ ଏବଂ ଯୁବରାଜ ସିଂଙ୍କ ସମ୍ପର୍କ ବିଷୟରେ ଖବର ଆରମ୍ଭ ହୋଇଥିଲା। ପ୍ରାୟ ଚାରି ବର୍ଷ ଧରି ସେମାନଙ୍କର ଏକ ସମ୍ପର୍କ ରହିଥିଲା, କିନ୍ତୁ ୨୦୦୭ ରେ ଭୁଲ ବୁଝାମଣା କୁ ନେଇ ଦୁହେଁନଙ୍କ ମଧ୍ୟରେ ବ୍ରେକଅପ୍ ହୋଇ ଯାଇଥିଲା।

  • ଭିଭିଆନ୍ ରିଚାର୍ଡସ୍ ଏବଂ ନୀନା ଗୁପ୍ତା:-

ବିଗତ ଦିନରେ ନୀନା ଗୁପ୍ତା ଏବଂ ୱେଷ୍ଟ-ଇଣ୍ଡିଜ୍ ଷ୍ଟାର କ୍ରିକେଟର ଭିଭିଆନ୍ ରିଚାର୍ଡସଙ୍କ ସମ୍ପର୍କ କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା।  ରିଚାର୍ଡସ୍ ଏବଂ ନୀନା ଗୁପ୍ତାଙ୍କ ଏହି ପ୍ରେମ କାହାଣୀ କୁ ନେଇ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ଯେତେବେଳେ ନୀନା ବିବାହ ନକରି ମୁମ୍ବାଇର ଏକ ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

  • ରବି ଶାସ୍ତ୍ରୀ ଏବଂ ଅମୃତା ସିଂ:-

80 ଦଶକରେ ରବି ଶାସ୍ତ୍ରୀ ଏବଂ ଅମୃତା ସିଂ ପରସ୍ପରକୁ ଡେଟ କରୁଥିଲେ। ଖବର ଅନୁଯାୟୀ, ଉଭୟ ନିଜ ସମ୍ପର୍କକୁ ନେଇ ଗମ୍ଭୀର ଥିଲେ ଏବଂ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ।  କିନ୍ତୁ ପରେ କୌଣସି କାରଣରୁ ସେମାନଙ୍କ ବ୍ରେକଅପ୍ ହୋଇଯାଇଥିଲା।

  • ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ଲିଶା ଶର୍ମା:-

ମଡେଲ ଲିଶା ଶର୍ମାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ସମ୍ପର୍କ କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।  ସେତେବେଳେ ଉଭୟଙ୍କର ଅନେକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ହାର୍ଦ୍ଦିକ ଏବଂ ଲିଶା କେବେ ବି ନିଜ ସମ୍ପର୍କ ବିଷୟରେ ମୁହଁ ଖୋଲି ନଥିଲେ।

  •  ଜାହିର ଖାନ ଏବଂ ବଲିଉଡ  ଇଶା ଶାରୱାନୀ:-

ଜହିର ଖାନ ଏବଂ ବଲିଉଡ ଅଭିନେତ୍ରୀ ଇଶା ଶାରୱାନୀଙ୍କ ପ୍ରେମ କାହାଣୀ ବେସ୍ ରୋଚକ ଥିଲା। ଖବର ଅନୁଯାୟୀ ଉଭୟ ପ୍ରାୟ ୮ ବର୍ଷ ଧରି ପରସ୍ପର ସହ ସମ୍ପର୍କ ରଖିଥିଲେ। କିନ୍ତୁ ପରେ ଉଭୟଙ୍କର ବ୍ରେକଅପ୍ ହୋଇଯାଇଥିଲା।