ସର୍ଜରୀ କରାଇ ମହିଳାରୁ ପୁରୁଷ ହୋଇଗଲେ ଏହି ସୁନ୍ଦରୀ ନାୟିକା, ବର୍ତ୍ତମାନ ସିକ୍ସ ପ୍ୟାକ ଆବ୍ସ ଦେଖାଇ ଜିତୁଛନ୍ତି ଦର୍ଶକଙ୍କ ମନ….

 
Ellen page

"ଜୁନୋ" ଏବଂ "ଇନ୍ସେପସନ୍" ଭଳି ସୁପର ଡୁପର୍ ହିଟ୍ ଫିଲ୍ମରେ କାମ କରିଥିବା ହଲିଉଡ଼ ଅଭିନେତ୍ରୀ ଆଲେନ୍ ପେଜ୍ ବର୍ତ୍ତମାନ ତାଙ୍କର ଅସ୍ତ୍ରୋପଚାର ପରର ଫୋଟୋ ଗୁଡିକ ସେୟାର କରିଛନ୍ତି,ଏଥିରେ ତାଙ୍କର ସିକ୍ସ ପ୍ୟାକ୍ ଆବ୍ସ ସମ୍ପୂର୍ଣ୍ଣ ଭାବରେ ନଜ଼ର ଆସୁଛି।

ଆଲେନ୍ ନିଜର ଲିଙ୍ଗ ପରିବର୍ତ୍ତନ କରିବା ସହ ନିଜ ନାମ ମଧ୍ୟ ଏଲେଟ୍ ପେଜ୍ କୁ ପରିବର୍ତ୍ତନ କରିଥିଲେ। ଡିସେମ୍ବର ୨୦୨୦ ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ନିଜକୁ ଜଣେ ଟ୍ରାନ୍ସଜେଣ୍ଡର ଭାବରେ ଘୋଷଣା କରିଥିବା ଏଲେଟ୍ ଅପେରା ୱିନଫ୍ରେଙ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ପିଲାଦିନ ସ୍ୱାଭାବିକ ଥିଲା, କିନ୍ତୁ କିଶୋର ଅବସ୍ଥାରେ ତାଙ୍କ ଶରୀରରେ ପରିବର୍ତ୍ତନ ଦେଖିବା ପରେ ସେ ନିଜକୁ ଅସହଜ ମନେ କରିବାକୁ ଲାଗିଲେ। ଏହି ସମୟରେ ହଲିଉଡରେ ତାଙ୍କ କ୍ୟାରିୟର ଆଗକୁ ବଢ଼ୁଥିବାବେଳେ ସେ ବ୍ୟକ୍ତିଗତ ଜୀବନରେ ଅଧିକରୁ ଅଧିକ ବିବ୍ରତ ହୋଇଯାଉଥିଲେ।

ସେ ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ," 2007 ମସିହାରେ ଜୁନୋ ଚଳଚ୍ଚିତ୍ରର ପ୍ରମୋସନ ସମୟରେ ମୁଁ ଓସ୍କାରର ରେଡ କାର୍ପେଟରେ ଏକ ଡ୍ରେସ ପିନ୍ଧିଥିଲି କିନ୍ତୁ ସେତେବଳେ ମୁଁ ମୋର ନିଜ ଫୋଟୋକୁ ମଧ୍ୟ ଦେଖିପାରିଲି ନାହିଁ। ଏହାର କିଛି ବର୍ଷ ପରେ, ଫିଲ୍ମ ଇନ୍ସେପସନ୍ ର ପ୍ରିମିୟର୍ ସମୟରେ ମଧ୍ୟ ମୁଁ ଏହିଭଳି କିଛି ପୋଷାକ ପିନ୍ଧିଥିଲି ଯାହାଫଳରେ ମତେ ପ୍ୟାନିକ୍ ଆଟାକ୍ ଆସିଥିଲା"।

ପେଜ୍ କୁହନ୍ତି ଏହି ଘଟଣା ପରଠାରୁ ତାଙ୍କୁ ମହିଳା ପୋଷାକରେ ଆଦୌ ସହଜ ମନେ ହେଉନଥିଲା। ଏବଂ ପରେ ପରେ ସେ ନିଜର ଅସ୍ତ୍ରୋପଚାର କରି,ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ। ଉଲ୍ଲେଖନୀୟ କଥା ହେଉଛି, ପେଜ୍ ୨୦୧୪ ମସିହାରେ ନିଜକୁ ସମଲିଙ୍ଗୀ ଘୋଷଣା କରିଥିଲେ ଏବଂ ୨୦୧୮ ମସିହାରେ କାନାଡିଆନ ନୃତ୍ୟଶିଳ୍ପୀ ଏମ୍ମା ପୋର୍ଟଙ୍କୁ ବିବାହ କରିଥିଲେ। ତେବେ, ଡିସେମ୍ବର ୨୦୨୦ ରେ ସେ ନିଜକୁ ଟ୍ରାନ୍ସଜେଣ୍ଡର ଘୋଷଣା କରିଥିଲେ ଏବଂ ତାଙ୍କର ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଯାଇଥିଲା।