ଜୀବିତ ଥାଉ ଥାଉ ମିହିର ଦାସଙ୍କୁ ମାରିଦେଲା ୱିକିପିଡ଼ିଆ, ବିବାଦ ବଢିଲା ପରେ ଘଟିଲା ଏମିତି କିଛି, ଜାଣନ୍ତୁ ପୂରା ଘଟଣା

 
Mihir das

ଜୀବିତ ଥାଉ ଥାଉ ବରିଷ୍ଠ ଓଡ଼ିଆ ଅଭିନେତା ମିହିର ଦାସଙ୍କୁ ମାରିଦେଲା ୱିକିପିଡ଼ିଆ। ଗୁରୁବାର ୱିକିପିଡ଼ିଆ ନିଜର ସାଇଟରେ ମିହିର ଦାସଙ୍କୁ ମୃତ ବୋଲି ଉଲ୍ଲେଖ କରିଥିଲା ଯାହା ମିହିରଙ୍କ ପ୍ରଶଂସକ ଏବଂ ଓଡ଼ିଆବାସୀଙ୍କ ମନକୁ ବ୍ୟଥିତ କରିଛି। ଅବଶ୍ୟ ପରବର୍ତ୍ତୀ ସମୟରେ ଏହା ନିଜର ଭୁଲ ସୁଧାରୀ ନେଇଥିଲା। ସବୁଠାରୁ ବଡ଼ କଥା ହେଉଛି ୱିକିପିଡ଼ିଆ ଉପରେ କୋଟି କୋଟି ଲୋକେ ବିଶ୍ୱାସ କରୁଥିବା ବେଳେ ଏଥିରେ ଏଭଳି ଭୁଲ ତଥ୍ୟ କିପରି ଉଲ୍ଲେଖ କରାଗଲା ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Mihir das

 

ସୋସିଆଲ ମିଡ଼ିଆରେ ଏବେ ୱିକିପିଡ଼ିଆର ଦୁଇଟି ସ୍କ୍ରିନ୍-ସଟ୍ ଭାଇରାଲ ହେଉଛି ପ୍ରଥମଟି ବୁଧବାର ରାତିର ହୋଇଥିବା ବେଳେ ଏଥିରେ ମିହିର ଦାସ ମୃତ ବୋଲି ଉଲ୍ଲେଖକରାଯାଇଛି। କିନ୍ତୁ ଗୁରୁବାର ଦିନର ସେହି ତଥ୍ୟକୁ ହଟାଇବା ସହ ମିହିର ଦାସ ଜୀବିତ ଥିବା ଦର୍ଶା ଯାଇଛି। କୋଟି କୋଟି ଜନତାଙ୍କ ବିଶ୍ୱାସ ଉପରେ ଏହା ଏକ କୁଠାରଘାତ ବୋଲି କହିବା ସହ ୱିକିପିଡ଼ିଆ ଦ୍ୱାରା କରାଯାଇଥିବା ଏହି ଅପାରଗତାକୁ ଓଡିଶା ସିନେ ଆସୋସିଏସନର ସମ୍ପାଦକ ଶ୍ରୀତମ ଦାସ ନିନ୍ଦା କରିଛନ୍ତି।

Wikipidia

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଫିଲ୍ମ ଜଗତର ବରିଷ୍ଠ ଏବଂ ପ୍ରତିଷ୍ଠିତ ଅଭିନେତା ମିହିର ଦାସ ଗତ କିଛି ଦିନ ହେବ କିଡନୀ ଜନିତ ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଏବଂ ତାଙ୍କୁ ଭେଣ୍ଟିଲେଟର୍ ସପୋର୍ଟରେ ରଖାଯାଇଛି। ଗୋଟିଏ ପଟେ ଲୋକେ ତାଙ୍କର ଆରୋଗ୍ୟ କାମନା କରୁଥିବା ବେଳେ ୱିକିପିଡ଼ିଆର ଏଭଳି ତଥ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି।