ଦେଖନ୍ତୁ ଭିଡ଼ିଓ: ଝିଅଟିକୁ ଦେଖି ଖୁସିରେ ଝୁମିଉଠିଲା ଗଧ, ପାଖକୁ ଆସି କରିଲା ଏପରି କାମ ଯେ ଭାଇରାଲ ହୋଇଗଲା ଭିଡ଼ିଓ….

 
Donkey

ବର୍ତ୍ତମାନ ସମୟରେ ମଣିଷମାନଙ୍କ ମଧ୍ୟରେ ମଣିଷତ୍ୱ ଲୋପ ପାଉଥିବା ଦେଖିବାକୁ ମିଳୁଥିବା ବେଳେ। କେତେକ ଏଭଳି ମଧ୍ୟ ଦୃଷ୍ଟାନ୍ତ ସାମ୍ନାକୁ ଆସିଥାଏ ଯାହା କେବଳ ମଣିଷ ନୁହେଁ ବରଂ ମଣିଷ ଓ ଜୀବଜନ୍ତୁଙ୍କ ମଧ୍ୟରେ ଥିବା ବିରଳ ସମ୍ପର୍କକୁ ପରିପ୍ରକାଶ କରିଥାଏ। ଏଭଳି ଘଟଣା ଆମକୁ ଆଜି ବି ମଣିଷ ପଣିଆ ଥିବାର ନଜିର ଦେଇଥାଏ। ବର୍ତ୍ତମାନ ସୋସିଆଲ ମିଡିଆ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଏକ ପଶୁ ଏବଂ ମନୁଷ୍ୟ ଭିତରେ ଥିବା ସମ୍ପର୍କକୁ ଦର୍ଶାଉଛି।

ଏହିପରି କିଛି ଭିଡିଓ ଏତେ ମଜାଳିଆ ହୋଇଥାଏ ଯେ, ଆମେ ଏହାକୁ ବାରମ୍ବାର ଦେଖିବାକୁ ପସନ୍ଦ କରିଥାଉ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଉଭା ହୋଇଛି।  ଯେଉଁଥିରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଗଭୀର ପ୍ରେମର ଏକ ଉଦାହରଣ ଦେଖିବାକୁ ମିଳିଛି |  ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଗଧ ଏବଂ ଝିଅକୁ ଦେଖିବାକୁ ମିଳୁଛି, ଯେଉଁଥିରେ ଗଧ ଝିଅକୁ ଦେଖି ଖୁସି ହୋଇ ତାଙ୍କୁ ପ୍ରେମର ସହିତ ଆଲିଙ୍ଗନ କରୁଛି।


ଏହି ଭିଡିଓରେ, ପ୍ରଥମେ ଗୋଟିଏ ଗଧ ଝିଅ ଆଡକୁ ଅତି ଭାବବିହ୍ଵଳ ହୋଇ ଆସୁଛି। ସେ ଝିଅ ପାଖକୁ ଆସିବା ମାତ୍ରେ ଝିଅଟି ସେହି ଗଧକୁ ଆଲିଙ୍ଗନ କରୁଛି। ଭିଡିଓ ଦେଖିବା ପରେ ଏପରି ଲାଗୁଛି ଯେପରି ସେମାନେ ଦୀର୍ଘ ସମୟ ପରେ ଭେଟୁଛନ୍ତି। ଏହି ଭିଡିଓକୁ ଟ୍ୱିଟର ବ୍ୟବହାରକାରୀ ବୁଇଟେଙ୍ଗବିଡେନ୍ ସୋସିଆଲ ମିଡିଆରେ ସେୟାର କରିଥିଲେ। ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକେ ଏହାକୁ ଦେଖିସାରିଥିବା ବେଳେ ଏହା ଉପରେ ଅନେକ ଲୋକ ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।