ନାରୀଙ୍କୁ ନେଇ ଅଶ୍ଳୀଳ ଗୀତ ‘XXX’ ଗାଇ ବିବାଦରେ ଦୁଲେ ରାପର୍, ଗୀତରେ କହିଥିଲେ, ଝିଅମାନେ ହେଉଛନ୍ତି...

 
Dule rapper

ଗତ ବର୍ଷ ଲକଡ଼ାଉନ୍ ରେ ଶ୍ରମିକ ମାନଙ୍କ ଦୁର୍ଦ୍ଦଶାକୁ ନିଜ ରାପ୍ ସଙ୍ଗୀତ ମଧ୍ୟମରେ ସରକାର ଏବଂ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇଥିଲେ ଡୋଲେଶ୍ୱର ତାଣ୍ଡି। ସେବେଠାରୁ ହିଁ ସୋସିଆଲ ମିଡିଆରେ ନିଜର ନିଆରା ଅନ୍ଦାଜ୍ ଏବଂ ରାପ୍ ସଙ୍ଗୀତ ପାଇଁ ଲୋକପ୍ରିୟ ହୋଇଥିଲେ ଡୋଲେଶ୍ୱର।

ଡୋଲେ ରାପର୍ ନାମରେ ଫେମସ୍ ହୋଇଥିବା କଳାହାଣ୍ଡିର ଏହି ଯୁବକଙ୍କୁ ବଲିଉଡ଼ ରୁ ମଧ୍ୟ ଅଫର୍ ଆସିବା ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏକ ବିବାଦୀୟ ଗୀତ ପାଇଁ ତାଙ୍କ ନାମ ଚର୍ଚ୍ଚାକୁ ଆସିଛି। ଚଳିତ ଲକଡାଉନରେ ସୋସିଆଲ ମିଡିଆରେ "ଥ୍ରୀ ଏକ୍ସ" ନାମକ ଏକ ନୂଆ ଗୀତ ଗାଇଥିଲେ ଡୋଲେ। କିନ୍ତୁ ଏହି ଗୀତଟିରେ ନାରୀମାନଙ୍କ ପ୍ରତି ଆଶ୍ଲୀଳ ମନ୍ତବ୍ୟ ଦେଇଥିବାରୁ ଏହା ବିବାଦୀୟ ହୋଇପଡିଛି। ଏହି ଗୀତର ପ୍ରତିଟି ଲିରିକ୍ସରେ ଝିଅମାନଙ୍କୁ ନେଇ ଅତି ଅଶ୍ଲୀଳ କଥା କୁହାଯାଇଛି।

ଗୀତଟିରେ ନାରୀମାନଙ୍କ ପ୍ରତି ଅନେକ ଅଶାଳୀନ ଏବଂ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଲୋକେ। ଏପରିକି ସୋସିଆଲ ମିଡିଆ ଏବଂ କଳାହାଣ୍ଡିରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦିନେ ଡୋଲେ ରାପରଙ୍କ ପାଇଁ ନିଜକୁ ଗୌରବ ମନେ କରୁଥିବା କଳାହାଣ୍ଡି କଳାକାର ସଂଘ ବର୍ତ୍ତମାନ ଏହି ଗୀତକୁ ନେଇ ଲାଜ୍ଜିତ ମନେ କରୁଛି ବୋଲି କହିଛି, ଏଥିସହିତ ଯଥାଶୀଘ୍ର ଡୋଲେ ରାପର୍ ଏଥିପାଇଁ କ୍ଷମା ମାଗିବା ସହ ଆଗକୁ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ସଙ୍ଘ ଦାବି କରିଥିଲା।

ଅନ୍ୟ ପକ୍ଷରେ ନାରୀଙ୍କ ସମ୍ମାନ ହାନି କରୁଥିବାରୁ ଡୋଲେ ରାପରଙ୍କ ବିରୋଧରେ ଦିଆଯାଇଥିବା ଏକ ଅନଲାଇନ ଏତଲାକୁ ଆଧାର କରି ପୋଲିସ ଏକ ଫୌଜଦାରୀ ମାମଲା ରୁଜୁ କରିଥିଲା। ଅବଶ୍ୟ ଏହା ପରେ ଡୋଲେଶ୍ୱର ଇଣ୍ଟରନେଟରୁ ଏହି ଭିଡ଼ିଓଟିକୁ ହଟାଇ ଦେବା ସହ ଏକ ଭିଡ଼ିଓ ଜରିଆରେ ସମସ୍ତଙ୍କୁ କ୍ଷମା ମାଗିଥିଲେ।