ଚିତାବାଘ ସହ ବାଥରୁମରେ ସାତ ଘଣ୍ଟା ଯାଏଁ ଫସିରହିଲା କୁକୁର !! କବାଟ ଖୋଲିଲା ପରେ ଯାହା ଘଟିଥିଲା ତାହା ଆପଣଂକୁ ଆଶ୍ଚର୍ଯ୍ୟ କରିଦେବ...

 
ଚିତାବାଘ ସହ ବାଥରୁମରେ ସାତ ଘଣ୍ଟା ଯାଏଁ ଫସିରହିଲା କୁକୁର !! କବାଟ ଖୋଲିଲା ପରେ ଯାହା ଘଟିଥିଲା ତାହା ଆପଣଂକୁ ଆଶ୍ଚର୍ଯ୍ୟ କରିଦେବ...

ଗତ ଫେବ୍ରୁଆରୀ ୩ ତାରିଖରେ IFS ଅଫିସର ପରଭିନ କସବାନ୍ ଟ୍ୱିଟରରେ ସେୟାର କରିଥିବା ଏକ ଫଟୋ ଖୁବ ଭାଇରାଲ ହେଉଛି।

ଏହି ପୋଷ୍ଟରେ ଉଲ୍ଲେଖ କରାଯାଇଛି ଯେ କର୍ଣ୍ଣାଟକ ରାଜ୍ୟର କନ୍ନଡ଼ ଜିଲ୍ଲାର ଏକ ପାଇଖାନାରେ ଏକ କୁକୁର ଚିତାବାଘ ସହ ୭ ଘଣ୍ଟା ଯାଏଁ ବନ୍ଦ ରହିଥିଲା। ଖବର ମୁତାବକ ବାଘଟି କୁକୁରକୁ ଗୋଡ଼ାଇ ଗୋଡ଼ାଇ ଏହି ପାଇଖାନାରେ କୁକୁର ସହ ଫସିଯାଇ ଥିଲା ଏବଂ ଲୋକେ ବାହାରୁ କବାଟ ଦେଇ ଦେଇଥିଲେ।

ବନ ବିଭାଗକୁ ସୂଚନା ଦେବା ପରେ ଏହା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୭ ଘଣ୍ଟା ପରେ କୁକୁର ଓ ବାଘ ଦୁହେଁ ସେହି ପାଇଖାନାରୁ ବାହାରିଥିଲେ। ଏଥିରେ ଆଶ୍ଚର୍ଯ୍ୟର କଥା ହେଉଛି କୁକୁରଟି ଏତେ ସମୟ ପର୍ଯ୍ୟନ୍ତ ବାଘ ସହ ରହିଥିଲେ ମଧ୍ୟ ଏହା ସୁରକ୍ଷିତ ଅବସ୍ଥାରେ ବାହାରିଥିଲା। ଶ୍ରୀ କସବାନ୍ କରିଥିବା ଏହି ପୋଷ୍ଟଟି  ଲୋକଙ୍କୁ ପସନ୍ଦ ହୋଇଥିବା ବେଳେ ଏହା ଖୁବ ଭାଇରାଲ ହୋଇଛି।