ଦେଖନ୍ତୁ ଭିଡ଼ିଓ: ଲାଇଭ୍ ମ୍ୟାଚ ମଝିରେ ପଡ଼ିଆ ଭିତରକୁ ପଶିଲା କୁକୁର, ବଲ୍ ନେଇ ମାରିଲା ଛୁ, ଆଉ ତା ପରେ….

 
Dog in ground

କିଛି ଦିନ ତଳେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ଼ ଚାଲିଥିବା ବେଳେ 'Jarvo' ନାମକ ଜଣେ ବ୍ୟକ୍ତି ବାରମ୍ବାର ଖେଳ ପଡ଼ିଆ ଭିତରକୁ ପଶି ଆସୁଥିବା ଦେଖାଯାଇଥିଲା। କିନ୍ତୁ, ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଏକ କୁକୁର ଲାଇଭ ମ୍ୟାଚ ମଝିରେ ବଲ୍ ନେଇ ପଳାଉଥିବା ଦେଖିବାକୁ ମିଳୁଛି।

ମିଳିଥିବା ସୂଚନା ଅନୁଯାଇ ଶନିବାର ଅଲ ଆୟାରଲ୍ୟାଣ୍ଡ ଟି୨୦ କପର ଏକ ମ୍ୟାଚରେ ବ୍ରିଡି କ୍ରିକେଟ୍ କ୍ଲବ୍ ଓ ସିଭିଲ ସର୍ଭିସ୍ ନର୍ଥ ସାମ୍ନାସାମ୍ନି ହୋଇଥିଲେ। ସର୍ଭିସ ନର୍ଥର ବ୍ୟାଟିଂ ଚାଲିଥିବା ବେଳେ ହଠାତ ଏକ କୁକୁର ଗ୍ରାଉଣ୍ଡ ମଧ୍ୟକୁ ପଶି ଆସିଥିଲା। କେବଳ ଏତିକି ନୁହେଁ ବରଂ ସେ ବଲ ନେଇ ଏଣେ ତେଣେ ବୁଲିବାକୁ ଲାଗିଥିଲା। କୁକୁରଟିକୁ ସେଠାରୁ ବାହାର କରିବା ପାଇଁ ସୁରକ୍ଷାକର୍ମୀ ମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଥିଲା।

ଦେଖନ୍ତୁ ଭିଡ଼ିଓ:-

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବ୍ରିଡି କ୍ଲବ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୦୫ ରନ୍ କରିଥିଲା। ଜବାବରେ ସିଭିଲ ସର୍ଭିସ ନର୍ଥ ୧୨ ଓଭରରେ ୯ ଓ୍ୱିକେଟ୍ ହରାଇ ମାତ୍ର ୬୩ ରନ୍ କରି ପାରିଥିଲା। ଫଳରେ ବ୍ରିଡି କ୍ଲବ ଏହି ମୁକାବିଲାକୁ ୧୧ ରନରେ ଜିତିନେଇଥିଲା।