ଦିନେ ଶରୀର ପାଇଁ ଲୋକେ ଉଡାଉଥିଲେ ମଜାକ୍, ଆଜି ସେ ହେଉଛନ୍ତି ବିଶ୍ଵ ସୁନ୍ଦରୀ, ହରନାଜ୍ ସନଦ୍ଧୁଙ୍କ କାହାଣୀ ଜାଣି ହେବେ ତାଜୁବ୍

 
Harnaz sandhu

ଇସ୍ରାଏଲର ଇଲିଟ୍ ସହରରେ ଆୟୋଜିତ ହୋଇଥିବା ୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଟାଇଟେଲ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତର ହରନାଜ୍ କୌର ସାନ୍ଧୁ। ହରନାଜ୍ ମାତ୍ର ୨୧ ବର୍ଷ ବୟସରେ କୃତିତ୍ୱ ହାସଲ କରି ଦେଶକୁ ଗୌରାବନ୍ବିତ କରିଛନ୍ତି। ଏଥିସହିତ ତୃତୀୟ ଭାରତୀୟ ମହିଳା ଭାବରେ ସେ ଏହି କୃତିତ୍ୱ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଏହାର ତୃତୀୟ ମିସ୍ ୟୁନିଭର୍ସ ମିଳିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

Miss universe 2021

ତେବେ, ହରନାଜଙ୍କ ସଫଳତାର ରାସ୍ତା ଏତେଟା ସହଜ ନଥିଲା। ସେ ଚଣ୍ଡିଗଡ଼ର ଶିବାଲିକ୍ ପବ୍ଲିକ୍ ସ୍କୁଲରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିବାବେଳେ ବର୍ତ୍ତମାନ ପବ୍ଲିକ୍ ଆଡ୍‌ମିନିଷ୍ଟ୍ରେସନ୍‌ରେ ମାଷ୍ଟର୍ସ ପଢୁଛନ୍ତି। ଦିନେ ପତଳା ଶରୀର ପାଇଁ ଲଜ୍ଜାର ଶିକାର ହେଉଥିବା ହରନାଜ୍ ଯେତେବେଳେ ସ୍ୱିମ୍‌ସୁଟ୍ ରାଉଣ୍ଡ ପାଇଁ ଏକ ସୁନ୍ଦର ମେରୁନ୍ କ୍ୟାପ୍-ସ୍ଲିଭ୍ ସ୍ୱିମ୍‌ସୁଟ୍ ପିନ୍ଧି ରେମ୍ପରେ ଚାଲିଥିଲେ ସେତବେଳେ ସମସ୍ତ ଜଜ୍ ମାନଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସେ ସଫଳ ହୋଇଥିଲେ।

Harnaz in swimming suit

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ହରନାଜଙ୍କ ସହିତ ପରାଗ୍ୱେ, ପୁଏର୍ତୋ ରିକୋ, ଆମେରିକା, ଦକ୍ଷିଣ ଆଫ୍ରିକା, ବାହାମାସ, ଫିଲିପାଇନ୍ସ, ଫ୍ରାନ୍ସ, କଲମ୍ବିଆ ଏବଂ ଆରୁବାର ସୁନ୍ଦରୀମାନେ ସାମିଲ ଥିଲେ। କିନ୍ତୁ, ପ୍ରତିଯୋଗିତା ସମୟରେ କଠିନ ପ୍ରଶ୍ନର ଉତ୍ତର ଦେଇ ଏବଂ ରେମ୍ପରେ ଦମଦାର ପ୍ରଦର୍ଶନ କରି ସେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ୨୦୧୭ରେ କଲେଜର ଏକ ଶୋ'ରୁ ମଡେଲିଙ୍ଗ ଜୀବନ ଆରମ୍ଭ କରିଥିବା ହରନାଜ ଏହା ପୂର୍ବରୁ ଦୁଇଟି ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି। ଏହା ବ୍ୟତୀତ ସେ ଅଭିନୟ, ଗୀତ, ନୃତ୍ୟ, ଯୋଗ ଓ ରୋଷେଇ କରିବାକୁ ମଧ୍ୟ ଭଲ ପାଆନ୍ତି ବୋଲି କୁହନ୍ତି।