ବିଦେଶରୁ ଧୋନୀଙ୍କ ଫାର୍ମ ହାଉସ୍ କୁ ଆସିଲା ନୂଆ ଘୋଡ଼ା, ଏହି ସୁନ୍ଦର ଘୋଡ଼ାଟିର ଦାମ୍ ଜାଣିଲେ ତାଯୁବ୍ ହେବେ ଆପଣ….

 
Msd new horse

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଆଜିକାଲି ରାଞ୍ଚିରେ ଥିବା ତାଙ୍କ ଫାର୍ମ ହାଉସରେ ନିଜର ଅବକାଶ ସମୟ ବିତାଉଛନ୍ତି। ପ୍ରାୟ ସମସ୍ତ ଧୋନିଙ୍କ ଫ୍ୟାନମାନେ ଜାଣିଛନ୍ତି ଯେ ଧୋନୀ ପଶୁ ପକ୍ଷୀମାନଙ୍କୁ ପାଳିବାକୁ ଭଲ ପାଇଥାନ୍ତି। ପୂର୍ବରୁ ମଧ୍ୟ ତାଙ୍କ ଫାର୍ମ ହାଉସରେ ଅନେକ କୁକୁର ଏବଂ ଏକ ରୁ ଅଧିକ ଘୋଡ଼ା ରହିଛନ୍ତି। ଏଥିମଧ୍ୟରେ ଧୋନି ସ୍କଟଲ୍ୟାଣ୍ଡରୁ ଆଉ ଏକ ବିଶେଷ ଘୋଡା ଆଣିଛନ୍ତି। 

ମହେନ୍ଦ୍ର ସିଂ ଧୋନି ସ୍କଟଲ୍ୟାଣ୍ଡରୁ ଶେଟଲାଣ୍ଡ ପନି ପ୍ରଜାତିର ଏକ ସୁନ୍ଦର ଧଳା ରଙ୍ଗର ଘୋଡା ଆଣିଛନ୍ତି। ବେସ୍ ସୁନ୍ଦର ହୋଇଥିବା ଏହି ଘୋଡାର ମୂଲ୍ୟ ଜାଣିଲେ ସାଧାରଣ ଲୋକଟିଏ ଆଶ୍ଚର୍ଯ୍ୟ ହେବ ନିଶ୍ଚିତ।

ସୂଚନା ଅନୁଯାୟୀ, ସ୍କଟଲ୍ୟାଣ୍ଡରୁ ଆସିଥିବା ଏହି ନିର୍ଦ୍ଦିଷ୍ଟ ଘୋଡାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଅଟେ।  ଆନ୍ତର୍ଜାତୀୟ ବଜାରରେ ଏହି ଘୋଡାର ମୂଲ୍ୟ ବହୁତ ଅଧିକ ହୋଇଥାଏ। ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରାଯାଇଥିଲା, ଯେଉଁଥିରେ ସେ ଏହି ଶେଟଲାଣ୍ଡ ପନି ପ୍ରଜାତିର ଘୋଡାର ମୁଣ୍ଡକୁ ଆଉଁସୁଥିବାର ଦେଖିବାକୁ ମିଳିଥିଲା। 

ଏହି ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ ହେବାପରେ ଭୟଙ୍କର ଭାବରେ ଭାଇରାଲ ହୋଇଥିଲା।  ଇନଷ୍ଟାଗ୍ରାମରେ ଏହି ଫଟୋ ଉପରେ ପ୍ରଶଂସକମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେବାକୁ ଲାଗିଥିଲେ। ତେବେ ଏହି ଘୋଡାର ବୟସ ପ୍ରାୟ ୨ ବର୍ଷ ହେବ। ଏହା ଦୁନିଆର ସବୁଠାରୁ ଛୋଟ ପ୍ରଜାତିର ଘୋଡ଼ାମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ। ଏହି ଘୋଡାର ଉଚ୍ଚତା ପ୍ରାୟ ୩ ଫୁଟ ହୋଇଥାଏ। ଏହି ଘୋଡାର ଅଧିକ ଗତି ନଥିଲେ ମଧ୍ୟ, ଏହାର ସୌନ୍ଦର୍ଯ୍ୟ ହେତୁ ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ବହୁତ ଅଧିକ ହୋଇଥାଏ।