ଆରପାରିରେ ଦୂରଦର୍ଶନର ଲୋକପ୍ରିୟ ଆଙ୍କର୍ ନୀଲମ ଶର୍ମା, ଏହି ସାଂଘାତିକ ରୋଗରେ ହୋଇଥିଲେ ଆକ୍ରାନ୍ତ
ଦୂରଦର୍ଶନର ଲୋକପ୍ରିୟ ଖବର ଉପସ୍ଥାପକ(ନ୍ୟୁଜ୍ ଆଙ୍କର) ନୀଲମ୍ ଶର୍ମାଙ୍କ ପରଲୋକ ହୋଇଯାଇଛି। ଦୂରଦର୍ଶନର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍ରେ ଏହି ସୂଚନା ଦିଆଯାଇଛି। ଖବର ଅନୁସାରେ ସେ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ। ୧୯୯୫ ମସିହାରେ ଦୂରଦର୍ଶନରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ଦିନ ଧରି ଦୂରଦର୍ଶନରେ କାମ କରୁଥିବା ନୀଲମଙ୍କୁ ୨୦୧୮ରେ ‘ନାରୀ ଶକ୍ତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଥିଲେ। ଦୂରଦର୍ଶନରେ ଦୀର୍ଘ ୨୦
Sat, 17 Aug 2019

ଦୂରଦର୍ଶନର ଲୋକପ୍ରିୟ ଖବର ଉପସ୍ଥାପକ(ନ୍ୟୁଜ୍ ଆଙ୍କର) ନୀଲମ୍ ଶର୍ମାଙ୍କ ପରଲୋକ ହୋଇଯାଇଛି। ଦୂରଦର୍ଶନର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍ରେ ଏହି ସୂଚନା ଦିଆଯାଇଛି। ଖବର ଅନୁସାରେ ସେ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଥିଲେ।

୧୯୯୫ ମସିହାରେ ଦୂରଦର୍ଶନରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଦୀର୍ଘ ଦିନ ଧରି ଦୂରଦର୍ଶନରେ କାମ କରୁଥିବା ନୀଲମଙ୍କୁ ୨୦୧୮ରେ ‘ନାରୀ ଶକ୍ତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଥିଲେ।

ଦୂରଦର୍ଶନରେ ଦୀର୍ଘ ୨୦ ବର୍ଷର କ୍ୟାରିୟର ଭିତରେ ସେ ବଡି ଚର୍ଚ୍ଚା, ତେଜସ୍ଵିନୀ ଭଳି ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି। ଏଥିସହିତ ସେ ଅନେକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ତିଆରି କରିଥିଲେ।