ବାଲକୋନିରେ ଝଗଡ଼ା ଲାଗୁଥିଲେ ସ୍ୱାମୀ ସ୍ତ୍ରୀ, ହଠାତ୍ ଭାଙ୍ଗିଗଲା ରେଲିଂ ଆଉ ତାପରେ...ଦେଖନ୍ତୁ ହୃଦୟ ବିଦାରକ ଭିଡିଓ

 
Husband wife

ପରିବାର ଭିତରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ଏକ ସାଧାରଣ କଥା ଅଟେ। କିନ୍ତୁ ଅନେକ ଥର ଏହି ଛୋଟ ଛୋଟ ଝଗଡା କେତେବେଳେ ଦୁର୍ଘଟଣାର ରୂପ ନେଇଯାଏ, ତାହା କେହି କେବେ ଭାବିପାରନ୍ତି ନାହିଁ।  ଆଜିକାଲି, ଏହିପରି ଏକ ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଦମ୍ପତ୍ତି ଝଗଡ଼ା କରି ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଥିବାର ଦେଖିବାକୁ ମିଳୁଛି। 

ଘଟଣାଟି ରୁଷିଆର ପ୍ରସିଦ୍ଧ ସହର ସେଣ୍ଟ ପିଟର୍ସବର୍ଗରେ ଘଟିଛି। ଯେଉଁଠାରେ ଏକ ବିଲ୍ଡିଂରେ ରହୁଥିବା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ଉଭୟଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା ଯାହାପରେ ସେମାନେ ବାଲକୋନୀ ରୁ ତଳେ ପଡି ଗୁରୁତର ଆହତ ହୋଇଥିଲେ।

ପୁରା ଘଟଣା ମୁତାବକ ସେଣ୍ଟ ପିଟର୍ସବର୍ଗର ଏକ କୋଠାରେ ଦ୍ୱିତୀୟ ମହଲାରେ ରହୁଥିବା ଓଲଗା ଭୋଲକୋଭା ଏବଂ ତାଙ୍କ ପତ୍ନୀ ୟେଭେନି କାର୍ଲାଗିନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ଝଗଡ଼ା ଏତେ ମାତ୍ରାରେ ବଢିଯାଇଥିଲା ଯେ ସେମାନେ ଉଭୟଙ୍କୁ ମାରପିଟ କରି ଫ୍ଲାଟର ବାଲକୋନୀକୁ ଚାଲି ଆସିଥିଲେ ଏବଂ ଦୁର୍ଘଟଣାବଶତଃ ଉଭୟ ରେଲିଂ ଭାଙ୍ଗି ସିଧା ୨୫ ଫୁଟ ତଳକୁ ଖସି ପଡ଼ିଥିଲେ।

ଏହା ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ, ଏବଂ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଡକାଯାଇ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାର ପୁରା ଭିଡିଓ କ୍ୟାମେରାରେ କଏଦ ହୋଇଥିଲା, ଯାହା ଇଣ୍ଟରନେଟରେ ଅପଲୋଡ଼ ହେବାପରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ଘଟଣା ପରେ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରେଲିଂ କିପରି ଏତେ ସହଜରେ ଭାଙ୍ଗିଗଲା ତାହାର ତଦନ୍ତ କରିଥିଲେ।