ଦିନେ ଡ୍ରଗ୍ସ ଶରୀର ପାଇଁ କ୍ଷତିକାରକ କହୁଥିବା ଭାରତୀଙ୍କ ପାଖରୁ ମିଳିଲା ଏତେ ଓଜନର ଡ୍ରଗ୍ସ, ବାନ୍ଧି ନେଲା ପୋଲିସ

 
ଦିନେ ଡ୍ରଗ୍ସ ଶରୀର ପାଇଁ କ୍ଷତିକାରକ କହୁଥିବା ଭାରତୀଙ୍କ ପାଖରୁ ମିଳିଲା ଏତେ ଓଜନର ଡ୍ରଗ୍ସ, ବାନ୍ଧି ନେଲା ପୋଲିସ

ଡ୍ରଗ୍ସ ମାମଲାରେ ଏନସିବି କ୍ରମାଗତ ଭାବରେ କସରତ କରୁଛି। ଶନିବାର ଏନସିବି ହାସ୍ୟ ଅଭିନେତା ଭାରତୀଙ୍କୁ ମୁମ୍ବାଇରେ ଗିରଫ କରିଛି। ତାଙ୍କ ସ୍ୱାମୀ ହର୍ଷଙ୍କୁ ପଚରାଉଚରା କରାଯାଉଛି। ସ୍ୱାମୀ ହର୍ଷ ମଧ୍ୟ ଗିରଫ ହୋଇପାରନ୍ତି। ଭାରତୀଙ୍କୁ ଆଜି ରାତିରେ ଏନସିବି କାର୍ଯ୍ୟାଳୟରେ ରଖାଯିବ ଏବଂ ଆସନ୍ତାକାଲି କୋର୍ଟରେ ହାଜର କରାଯିବ।

କହି ରଖୁଛୁ ଯେ ଶନିବାର ଦିନ ଏନସିବି ମୁମ୍ବାଇର ୩ ଟି ସ୍ଥାନରେ ଚଢାଉ କରିଛି।  ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କ ଘରେ ଚଢାଉ କରାଯାଇଥିଲା। ଏହା ପରେ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନସିବି ଡକାଯାଇଥିଲା। ବର୍ତ୍ତମାନ ଭାରତୀଙ୍କୁ ଗିରଫ କରାଯାଇଛି। ନଭେମ୍ବର 21 ରେ, ଏନସିବି ଖାର ଦଣ୍ଡା ଅଞ୍ଚଳରେ ଚଢାଊ କରି 21 ବର୍ଷ ବୟସର ଜଣେ ଚୋରା ଚାଲାଣକାରୀଙ୍କୁ LSD, ଗଞ୍ଜା (40 ଗ୍ରାମ) ଏବଂ ନିତ୍ରାଜେପାମ (ସାଇକୋଟ୍ରୋପିକ ଔଷଧ) ଡ୍ରଗ୍ସ ସହିତ ଧରିଥିଲା।

ଏହା ପରେ ଏନସିବି ଶନିବାର ଦିନ ଅନ୍ୟ ଦୁଇଟି ସ୍ଥାନରେ ଚଢାଉ କରିଥିଲା ​​ଯେଉଁଥିରେ ହାସ୍ୟ ଅଭିନେତା ଭାରତୀ ସିଂଙ୍କ ପ୍ରଡକ୍ସନ କାର୍ଯ୍ୟାଳୟ ଏବଂ ଘର (ଉଭୟ ସ୍ଥାନ) ରୁ 86.5 ଗ୍ରାମ ଗଞ୍ଜେଇ ଉଦ୍ଧାର କରାଯାଇଥିଲା। ଏନସିବି ଦାବି କରିଛି ଯେ ଉଭୟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଗଞ୍ଜେଇ ବ୍ୟବହାର କରିଛନ୍ତି। NDPS ଆକ୍ଟ 1986 ର ଧାରା ଅନୁଯାୟୀ ଭାରତୀ ସିଂଙ୍କୁ ଗିରଫ କରାଯାଇଛି।