ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ, ଏହି ଅଭିନେତ୍ରୀ ହେଲେ ତାଙ୍କ ଜୀବନସାଥି

 
Pragyan khatua

ଓଡ଼ିଶାର ସୁପରିଚିତ ତଥା ସମସ୍ତଙ୍କ ପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞାନ ରଂଜନ ଖଟୁଆ ହାତରୁ ଦିହାତ ହୋଇଛନ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କମେଡିଆନ୍ ପ୍ରଜ୍ଞା। ସେ ହାସ୍ୟ ଅଭିନେତ୍ରୀ ତଥା ସିରିଏଲ୍ ଅଭିନେତ୍ରୀ ସୁନନ୍ଦା ଙ୍କୁ ବିବାହ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି। Mr.Nonsense ଭାବରେ ସେ ଘରେ ଘରେ ପରିଚିତ ହୋଇପାରିଛନ୍ତି।

Pragya

ତେବେ ବରଯାତ୍ରୀଙ୍କ ସହ ପ୍ରଜ୍ଞା ବର ବେଶରେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣ ପଡ଼ିଆରେ ପହଞ୍ଚିଥିଲେ। ବାଣ ରୋସଣି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏକଜୁଟ୍‌ ହୋଇ ଯାଇଥିଲେ। ପ୍ରଜ୍ଞାଙ୍କୁ ବର ବେଶରେ ଦେଖିବା ପରେ କୌଣସି ସିରିଏଲ୍‌ ସୁଟିଂ ହେଉଥିବା ଭାବି ଧୀରେ ଧୀରେ ଜନଗହଳି ବଢ଼ିଥିଲା।  ଅଧିକ ଭିଡ଼ ହେବା ଆଗରୁ ଟେଣ୍ଟ୍‌କୁ ଭିତରପଟୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯାଇ ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ସଂପନ୍ନ କରାଯାଇଥିଲା। 

Pragya

କିଛି ଦିନ ତଳେ ପ୍ରଜ୍ଞା ଓ ସୁନନ୍ଦାଙ୍କ ବିବାହ ସ୍ଥିର ହୋଇଥିଲା। ଏହାପରେ ନିକଟରେ ତାଙ୍କର ନିର୍ବନ୍ଧ ମଧ୍ୟ ସଂପନ୍ନ ହୋଇଥିଲା। ପ୍ରଜ୍ଞା ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳର ବଳରାମ ପରିଡ଼ାଙ୍କ ଝିଅ ସୁନନ୍ଦାଙ୍କୁ ବିବାହ କରିଛନ୍ତି। ବଳରାମ ପୂର୍ବରୁ ଟେଲିକମ୍‌ ବିଭାଗରେ ରାଜକନିକାରେ ଚାକିରି କରିଥିଲେ। ତେଣୁ ଊଭୟ ଧୁଷୁରୀ ଓ ନିଶ୍ଚିନ୍ତକୋଇଲିର ମଧ୍ୟସ୍ଥଳରେ ରାଜକନିକାକୁ ବିବାହ ସ୍ଥାନ ଭାବେ ବଛା ଯାଇଥିଲା। ଉଭୟେ ସୁନନ୍ଦା ଏବଂ ପ୍ରଜ୍ଞା ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବାରୁ ମହାବିଦ୍ୟାଳୟରେ ପ୍ରାକ୍ତନ ଅଧ୍ୟକ୍ଷ ତଥା ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ନବୀନ ପରିଡ଼ା, ନିର୍ଦ୍ଦେଶକ ଓ ଅଭିନେତା ମିହିର ସ୍ୱାଇଁ ବିବାହରେ ଯୋଗ ଦେଇଥିଲେ।