ଭୟଙ୍କର ଭାବରେ ନଜର ଆସିଲେ ପରିଣୀତି ଏବଂ କହିଲେ ଏମିତି କିଛି ଯାହା ମୁଁ ପୂର୍ବରୁ କେବେ କରି ନାହିଁ

ବର୍ତମାନ ସୋସିଆଲ ମିଡ଼ିଆ ରେ ଚର୍ଚା ର ବିଷୟ ପାଲଟିଛି ପରିଣୀତି ଙ୍କ ଏହି ଭୟଙ୍କର ଫୋଟ, ସୂଚନା ଅନୁସାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜର ନୂଆ ଫିଲ୍ମ ରେ ଏମିତିକା ଗୋଟେ ଅଭିନୟ କରିବାକୁ ଯାଉଛନ୍ତି। ତାଙ୍କର ଅପକମିଂ ସିନେମା ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ର ପ୍ରଥମ ଲୁକ୍ ରିଲିଜ ହୋଇଛି।

ଏହି ସିନେମା ହଲିଉଡ ଅଭିନେତ୍ରୀ ଏମିଲି ବ୍ଲଣ୍ଟଙ୍କ ସିନେମାର ହିନ୍ଦୀ ରିମେକ । ଏହି ସିନେମା ୨୦୧୫ର ବେଷ୍ଟ ସେଲର ବୁକ୍ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ ଉପରେ ଆଧାରିତ। ଏବେ ପରିଣୀତି ଚୋପ୍ରା ଏହି ସିନେମାର ହିନ୍ଦୀ ରିମେକ୍ରେ ନଜର ଆସିବେ।

ସିନେମାର ପ୍ରଥମ ଲୁକ୍କୁ ଅଭିନେତ୍ରୀ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋରେ ପରିଣୀତି ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସୁଛନ୍ତି। ମୁଣ୍ଡରେ ଆଘାତ ଲାଗିବା ସହିତ ଶରୀରରେ ରକ୍ତ ଲାଗିଥିବା ଅବସ୍ଥାରେ ପରିଣୀତିଙ୍କୁ ବାଥ ଟବ୍ରେ ବସିଥିବା ଦେଖିବାକୁ ମିଳୁଛି।

‘ଦ ଗାର୍ଲ ଅନ୍ ଦ ଟ୍ରେନ୍’ର ହିନ୍ଦୀ ରିମେକ୍କୁ ରିଭୁ ଦାସଗୁପ୍ତା ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫଟୋକୁ ସେୟାର କରି ପରିଣୀତି ଲେଖିଛନ୍ତି, ‘ଏମିତି କିଛି ଯାହା ମୁଁ ପୂର୍ବରୁ କେବେ କରି ନାହିଁ। ଏହା ମୋ ଜୀବନର ସବୁଠାରୁ କଷ୍ଟ ଚରିତ୍ର ରହିଛି।’ ଏହି ଦୃଶ୍ୟ ଦେଖି ଦର୍ଶକ ମାନେ ମଧ୍ୟ ଉତ୍ସାହିତ ଅଛନ୍ତି।