ପ୍ରସିଦ୍ଧ ୟୁଟ୍ୟୁବ୍ କଳାକାର ଛୋଟୁ ଦାଦାଙ୍କର ହେଲା ବିବାହ, ପରି ଭଳି ସୁନ୍ଦର ତାଙ୍କ ପତ୍ନୀ

ୟୁଟ୍ୟୁବର ପ୍ରସିଦ୍ଧ ବାମନ କଳାକାର ଛୋଟୁ ଦାଦା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କମେଡି ବାଦ୍ଶାହ ଭାବେ ପରିଚିତ ଛୋଟୁ ଦାଦା ସମଗ୍ର ଭାରତରେ ନିଜ ଅଭିନୟ ଯୋଗୁଁ ବେଶ ଚର୍ଚ୍ଚିତ। ୟୁଟ୍ୟୁବ୍ରେ ଖନ୍ଦେସୀ ମୋବି ନାମକ ଏକ ଚ୍ୟାନାଲ ଅଛି ଯେଉଁଥିରେ ଛୋଟୁ ଦାଦାଙ୍କର କମେଡି ଭିଡିଓ ପୋଷ୍ଟ ହୁଏ। ତାଙ୍କ ଭିଡିଓରେ ବହୁତ ଅଧିକ ଲାଇକ୍ ଓ କମେଣ୍ଟ ଆସେ। ତାଙ୍କ ଭିଡିଓର କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳେ।

ଛୋଟୁ ଦାଦା ତାଙ୍କ ହାସ୍ୟ ଭିଡିଓ ଦ୍ବାରା ଅନେକ ଲୋକଙ୍କ ଚିନ୍ତା ଦୂର କରନ୍ତି। ସେଥିପାଇଁ ତାଙ୍କ ଚ୍ୟାନେଲ ଦିନକୁ ଦିନ ଫେମସ ହେବାରେ ଲାଗିଛି। ତାଙ୍କର ଏହି ପ୍ରତିଭା ଯୋଗୁଁ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ତାଙ୍କ ଭିଡିଓରେ ମିଲିୟନ ଭିଉଜ୍ ଆସେ। ୧୯୯୧ ମସିହା ନଭେମ୍ବର ମାସ ୨୫ ତାରିଖରେ ମହାରାଷ୍ଟ୍ରରେ ଛୋଟୁ ଦାଦାଙ୍କ ଜନ୍ମ ହୋଇଥିଲା। ପ୍ରକୃତରେ ତାଙ୍କ ନାଁ ହେଉଛି ଶଫିକ୍ ନାତ୍ୟା।

ସୂଚନାଯୋଗ୍ୟ ଯେ, ଶଫିକ୍ଙ୍କର ରିୟଲ ଲାଇଫ୍ରେ ବିବାହ ହୋଇସାରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଓ ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ବିବାହର ଖୁଲାସା ହୋଇଛି। ତାଙ୍କ ପତ୍ନୀ ଦେଖିବାକୁ କୌଣସି ପରୀଠୁ କମ୍ ନୁହଁନ୍ତି। ତାହା ସ୍ଫଷ୍ଟ ଏହି ଫଟୋରେ ଦେଖାଯାଇଛି।

ଉଭୟଙ୍କ ବିବାହରେ ଅଧିକ ଲୋକ ସାମିଲ ହୋଇନଥିଲେ। କେବଳ ପରିବାର ଲୋକେ ଓ ସମ୍ପର୍କୀୟ ବିବାହରେ ଉପସ୍ଥିତ ଥିଲେ। ଉଭୟଙ୍କ ଯୋଡି ବେଷ୍ଟ ବୋଲି ଚାରିଆଡେ ଟର୍ଚ୍ଚା ଚାଲିଛି।