ହୀରାକୁଦ ନିଷିଦ୍ଧାଞ୍ଚଳରେ ପସି ନାଚ ଗୀତ କରୁଥିବାର ଧରାପଡିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ ଏଲିନା, କହିଦେଲେ ଏମିତି କଥା

ହୀରାକୁଦ ଡ୍ୟାମ୍ର ନିଷିଦ୍ଧାଞ୍ଚଳରେ ଫଟୋ ଏବଂ ଭିଡିଓ କରି ଫସିଯାଇଛନ୍ତି ଓଲିଉଡ୍ର ୩ ଅଭିନେତ୍ରୀ। ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଥିବା ଏହି ଅଭିନେତ୍ରୀ ହେଲେ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ଲଭ୍ଲୀ। ଏହି ଭିଡିଓରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଲି ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଡ୍ୟାମ୍ ମଧ୍ୟକୁ ଯିବା ନିଷିଦ୍ଧ ଥିଲେ ମଧ୍ୟ ସେମାନେ ସେଠାକୁ ଯାଇ
 
ହୀରାକୁଦ ନିଷିଦ୍ଧାଞ୍ଚଳରେ ପସି ନାଚ ଗୀତ କରୁଥିବାର ଧରାପଡିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ ଏଲିନା, କହିଦେଲେ ଏମିତି କଥା

ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଫଟୋ ଏବଂ ଭିଡିଓ କରି ଫସିଯାଇଛନ୍ତି ଓଲିଉଡ୍‌ର ୩ ଅଭିନେତ୍ରୀ। ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଥିବା ଏହି ଅଭିନେତ୍ରୀ ହେଲେ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ଲଭ୍‌ଲୀ। ଏହି ଭିଡିଓରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଲି ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଡ୍ୟାମ୍‌ ମଧ୍ୟକୁ ଯିବା ନିଷିଦ୍ଧ ଥିଲେ ମଧ୍ୟ ସେମାନେ ସେଠାକୁ ଯାଇ କିପରି ଫଟୋ ଏବଂ ଭିଡିଓ ପ୍ରସ୍ତୁତ କଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ହୀରାକୁଦ ନିଷିଦ୍ଧାଞ୍ଚଳରେ ପସି ନାଚ ଗୀତ କରୁଥିବାର ଧରାପଡିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ ଏଲିନା, କହିଦେଲେ ଏମିତି କଥା

ତେବେ ଭିଡିଓ ଭାଇରାଲ୍‌ ଘଟଣାରେ ମୁହଁ ଖୋଲିଛନ୍ତି ଏଲିନା ସାମନ୍ତରାୟ। ସେ କହିଛନ୍ତି, “ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି। ମୁଁ ଭିଡିଓ କ୍ୟାପ୍ଚର୍ କରିନି କି ମୋ ସୋଶାଲ୍‌ ସାଇଟ୍‌ରେ ତାହା ଅପଲୋଡ୍‌ ହୋଇନି। ନିଷିଦ୍ଧାଞ୍ଚଳରେ ଭିଡିଓ କରାଯିବା ଭୁଲ୍, କିନ୍ତୁ ମୁଁ ସେ ଭୁଲ୍ କରିନି। କେବଳ ମୋତେ କ୍ୟାପ୍ଚର କରାଯିବା ବେଳେ ମୁଁ ସତର୍କ ନଥିଲି। ଏଣିକି ଯେବେ କେହି ମୋ ଭିଡିଓ କ୍ୟାପ୍ଚର କରିବେ, ମୁଁ ଧ୍ୟାନ ଦେବି।” ଏହା ସହିତ ପୁଲିସ୍‌ର ସମସ୍ତ ତଦନ୍ତକୁ ସାମ୍ନା କରିବେ ବୋଲି ଏଲିନା କହିଛନ୍ତି।

ହୀରାକୁଦ ନିଷିଦ୍ଧାଞ୍ଚଳରେ ପସି ନାଚ ଗୀତ କରୁଥିବାର ଧରାପଡିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ ଏଲିନା, କହିଦେଲେ ଏମିତି କଥା

ଏହି ଭିଡିଓରେ ଏଲିନାଙ୍କ ସହିତ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଲୋଭିନା ନାୟକଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଲିଙ୍କୁ ଦେଖିବାକୁ ମିଳିଛି। ନିଷିଦ୍ଧାଞ୍ଚଳରେ କେତୋଟି କାର୍‌ ମଧ୍ୟ ଛିଡ଼ା ହୋଇଥିବା ଭାଇରାଲ ଭିଡିଓରେ ଦେଖାଯାଉଛି।

ହୀରାକୁଦ ନିଷିଦ୍ଧାଞ୍ଚଳରେ ପସି ନାଚ ଗୀତ କରୁଥିବାର ଧରାପଡିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ ଏଲିନା, କହିଦେଲେ ଏମିତି କଥା

କାହା ଅନୁମତିରେ ସେମାନେ ସେଠାକୁ ଗଲେ ଓ ଫଟୋ ଉଠାଇବାକୁ ସେମାନଙ୍କୁ କିଏ ଅନୁମତି ଦେଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସ୍‌ପି କହିଛନ୍ତି। ଏହି ଘଟଣା ପ୍ରଘଟ ହେବା ପରେ ହୀରାକୁଦ ଏସ୍‌ଡିପିଓଙ୍କୁ ରିପୋର୍ଟ ଦେବାକୁ ସମ୍ୱଲପୁର ଏସ୍‌ପି  ନିର୍ଦ୍ଦେଶ ଦେଇଛନ୍ତି।