ହୀରାକୁଦ ନିଷିଦ୍ଧାଞ୍ଚଳର ଭିଡିଓ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ରଖି ଧରା ପଡିବା ପରେ କ୍ଷମା ମାଗି ପ୍ରକୃତି ମିଶ୍ର କହିଲେ ଏମିତି କଥା

ହୀରାକୁଦ ଡ୍ୟାମ୍ର ନିଷିଦ୍ଧାଞ୍ଚଳରେ ଫଟୋ ଏବଂ ଭିଡିଓ କରି ଫସିଯାଇଛନ୍ତି ଓଲିଉଡ୍ର ୩ ଅଭିନେତ୍ରୀ। ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଥିବା ଏହି ଅଭିନେତ୍ରୀ ହେଲେ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ଲଭ୍ଲୀ। ଏହି ଭିଡିଓରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଲି ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଡ୍ୟାମ୍ ମଧ୍ୟକୁ ଯିବା ନିଷିଦ୍ଧ ଥିଲେ ମଧ୍ୟ ସେମାନେ ସେଠାକୁ ଯାଇ
 
ହୀରାକୁଦ ନିଷିଦ୍ଧାଞ୍ଚଳର ଭିଡିଓ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ରଖି ଧରା ପଡିବା ପରେ କ୍ଷମା ମାଗି ପ୍ରକୃତି ମିଶ୍ର କହିଲେ ଏମିତି କଥା

ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଫଟୋ ଏବଂ ଭିଡିଓ କରି ଫସିଯାଇଛନ୍ତି ଓଲିଉଡ୍‌ର ୩ ଅଭିନେତ୍ରୀ। ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଥିବା ଏହି ଅଭିନେତ୍ରୀ ହେଲେ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ଲଭ୍‌ଲୀ। ଏହି ଭିଡିଓରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଲି ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଡ୍ୟାମ୍‌ ମଧ୍ୟକୁ ଯିବା ନିଷିଦ୍ଧ ଥିଲେ ମଧ୍ୟ ସେମାନେ ସେଠାକୁ ଯାଇ କିପରି ଫଟୋ ଏବଂ ଭିଡିଓ ପ୍ରସ୍ତୁତ କଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ହୀରାକୁଦ ନିଷିଦ୍ଧାଞ୍ଚଳର ଭିଡିଓ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ରଖି ଧରା ପଡିବା ପରେ କ୍ଷମା ମାଗି ପ୍ରକୃତି ମିଶ୍ର କହିଲେ ଏମିତି କଥା

ତେବେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ରଖିଥିବା ପ୍ରକୃତି ମିଶ୍ର କହିଛନ୍ତି “ଆମେ ତ’ ଛୁଆମାନେ। ଖୁସିରେ ଫଟୋ ଉଠାଇ ଦେଇଛୁ ତେବେ ଯାହା ହୋଇଛି ଭୁଲ୍ ହୋଇଯାଇଛି”। ଭବିଷ୍ୟତରେ ଏମିତି ଆଉ ହେବନି ବୋଲି ପ୍ରକୃତି କହିଛନ୍ତି। ପୂର୍ବରୁ ମନ୍ତ୍ରୀ ନବକିକିଶୋର ଦାସ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଜର ପ୍ରତିକ୍ରିୟା ରଖିସାରିଛନ୍ତି।

ହୀରାକୁଦ ନିଷିଦ୍ଧାଞ୍ଚଳର ଭିଡିଓ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ରଖି ଧରା ପଡିବା ପରେ କ୍ଷମା ମାଗି ପ୍ରକୃତି ମିଶ୍ର କହିଲେ ଏମିତି କଥା

ସେହିପରି ଅଭିନେତ୍ରୀ ଏଲିନା ସାମନ୍ତରାୟ କହିଛନ୍ତି ଯେ, ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି।ମୁଁ ଭିଡିଓ କ୍ୟାପ୍ଚର୍ କରିନି କି ମୋ ସୋଶାଲ ସାଇଟ୍‌ରେ ତାହା ଅପଲୋଡ଼ ହୋଇନି। ନିଷିଦ୍ଧାଞ୍ଚଳରେ ଭିଡିଓ କରାଯିବା ଭୁଲ୍ ହୋଇଛି, କିନ୍ତୁ ମୁଁ ସେ ଭୁଲ୍ କରିନି। କେବଳ ମୋତେ କ୍ୟାପ୍ଚର କରାଯିବା ବେଳେ ମୁଁ ସତର୍କ ନଥିଲି। ପୁଲିସର ସମସ୍ତ ତଦନ୍ତକୁ ସାମ୍ନା କରିବି ବୋଲି ଅଭିନେତ୍ରୀ ଏଲିନା କହିଛନ୍ତି।