ପୁଅ ସହ ନେହା କକ୍କରଙ୍କ ବିବାହ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଉଦିତ୍ ନାରାୟଣ, ନେହାଙ୍କ ବିଷୟରେ କହିଲେ ଏମିତି କଥା

ସିଙ୍ଗର ନେହା କକ୍କର ଆଜିକାଲି ଖୁବ ଚର୍ଚ୍ଚାରେ ରହୁଛନ୍ତି। କାରଣ ମଧ୍ୟ ଆମେ ଆପଣଙ୍କୁ ଜଣାଇଥିଲୁ। ଆଜ୍ଞା ହଁ ନେହା କକ୍କରଙ୍କ ସହିତ ଆଦିତ୍ୟ ନାରାୟଣଙ୍କ ବିବାହ କଥା ଚାରିଆଡ଼େ ଚର୍ଚ୍ଚା। ଗତ କିଛି ଦିନ ହେଲାଣି ଇଣ୍ଡିଆନ ଆଇଡୋଲର ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ଜଜ୍ ନେହା କକ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଫେବ୍ରୁଆରି ୧୪ରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଦିତ୍ୟଙ୍କ ବାପା ତଥା କଣ୍ଠଶିଳ୍ପୀ
 
ପୁଅ ସହ ନେହା କକ୍କରଙ୍କ ବିବାହ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଉଦିତ୍ ନାରାୟଣ, ନେହାଙ୍କ ବିଷୟରେ କହିଲେ ଏମିତି କଥା

ସିଙ୍ଗର ନେହା କକ୍କର ଆଜିକାଲି ଖୁବ ଚର୍ଚ୍ଚାରେ ରହୁଛନ୍ତି। କାରଣ ମଧ୍ୟ ଆମେ ଆପଣଙ୍କୁ ଜଣାଇଥିଲୁ। ଆଜ୍ଞା ହଁ ନେହା କକ୍କରଙ୍କ ସହିତ ଆଦିତ୍ୟ ନାରାୟଣଙ୍କ ବିବାହ କଥା ଚାରିଆଡ଼େ ଚର୍ଚ୍ଚା। ଗତ କିଛି ଦିନ ହେଲାଣି ଇଣ୍ଡିଆନ ଆଇଡୋଲର ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ଜଜ୍ ନେହା କକ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଫେବ୍ରୁଆରି ୧୪ରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଦିତ୍ୟଙ୍କ ବାପା ତଥା କଣ୍ଠଶିଳ୍ପୀ ଉଦିଦ୍ ନାରାୟଣ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ପୁଅ ସହ ନେହା କକ୍କରଙ୍କ ବିବାହ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଉଦିତ୍ ନାରାୟଣ, ନେହାଙ୍କ ବିଷୟରେ କହିଲେ ଏମିତି କଥା

ସେ କହିଛନ୍ତି କି, ଦୁଇଜଣଙ୍କ ଯୋଡ଼ି ପୂର୍ବରୁ ଲୋକେ ବନାଇ ସାରିଛନ୍ତି। ଗଣମାଧ୍ୟମରେ ମଧ୍ୟ ଏ ନେଇ ଖବର ଆସି ସାରିଛି। ଦେଖିବାକୁ ଗଲେ ମୋତେ ନେହା ବହୁତ ପସନ୍ଦ। ଘରକୁ ଜଣେ ମହିଳା କଣ୍ଠଶିଳ୍ପୀ ଆସିଲେ ମୋତେ ବହୁତ ଭଲ ଲାଗିବ। କେବଳ ମୋତେ ନୁହେଁ, ନେହା ସମସ୍ତଙ୍କୁ ବହୁତ ପସନ୍ଦ। ସେ ଇଣ୍ଡଷ୍ଟ୍ରିରେ ନିଜ ଚେଷ୍ଟାରେ ନିଜର ପରିଚୟ ତିଆରି କରିଛନ୍ତି। ମୁଁ ସବୁବେଳେ ତାଙ୍କ ଗୀତ ଶୁଣେ।

ପୁଅ ସହ ନେହା କକ୍କରଙ୍କ ବିବାହ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ଉଦିତ୍ ନାରାୟଣ, ନେହାଙ୍କ ବିଷୟରେ କହିଲେ ଏମିତି କଥା

ସୂଚନା ମୁତାବକ, କିଛି ଦିନ ତଳେ ନେହା ନିଜ ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ। ତାହାର କ୍ୟାପସନ ଥିଲା, ‘ନେହୁ କି ଶାଦି ଆଦି କେ ସାଥ୍’। ମା’-ପାପା ମୋର ବିବାହ ଆଦିଙ୍କ ସହ କରିବା ପରେ ଯାଇ ନିଶ୍ବାସ ନେବେ ବୋଲି ଲେଖିଥିଲେ ନେହା। ତେବେ ଇଣ୍ଡିଆନ ଆଇଡୋଲର ସୁଟିଂ ସେଟରେ ହିଁ ଦୁହିଁଙ୍କ ମାତା-ପିତା ବିବାହ ତାରିଖ ଧାର୍ଯ୍ୟ କରିଥିଲେ। ଫେବ୍ରୁଆରି ୧୪ରେ ଦୁହେଁ ବିବାହ କରିବେ ବୋଲି ଭିଡିଓରେ ଦେଖିବାକୁ ମିଳିଥିଲା। ତେବେ ଭିଡିଓରୁ ସ୍ପଷ୍ଟ ଜଣା ପଡ଼ୁଥିଲା କି, ନେହାଙ୍କୁ ଚିଡ଼ାଇବା ପାଇଁ ଆଦିତ୍ୟ ଏଭଳି କରିଥିଲେ। ସୋ’ରେ ସେ ସବୁବେଳେ ନେହାଙ୍କୁ ଥଟ୍ଟା କରୁଥିବା ବେଳେ ନିଜ ବାପା ଓ ନେହାଙ୍କ ମାତା-ପିତାଙ୍କୁ ଡ଼ାକି ମଜାରେ ବିବାହର ତାରିଖ ସମସ୍ତଙ୍କୁ ଜଣାଇଥିଲେ।