ଝିଅ ଆଥିଆ ଓ ରାହୁଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନୀଲ ସେଟ୍ଟୀ, ରାହୁଲଙ୍କ ବିଷୟରେ କହିଲେ ଏମିତି କଥା

ଭାରତୀୟ କ୍ରିକେଟରମାନେ ବଲିଉଡ୍ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ୍ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର କେ.ଏଲ.ରାହୁଲ ଓ ବଲିଉଡ୍ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଏବେ ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ରାହୁଲ ଇନଷ୍ଟାଗ୍ରାମରେ ଏକ
 
ଝିଅ ଆଥିଆ ଓ ରାହୁଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନୀଲ ସେଟ୍ଟୀ, ରାହୁଲଙ୍କ ବିଷୟରେ କହିଲେ ଏମିତି କଥା

ଭାରତୀୟ କ୍ରିକେଟରମାନେ ବଲିଉଡ୍‌ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ୍‌ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି। ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କ୍ରିକେଟର କେ.ଏଲ.ରାହୁଲ ଓ ବଲିଉଡ୍ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଏବେ ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ଝିଅ ଆଥିଆ ଓ ରାହୁଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନୀଲ ସେଟ୍ଟୀ, ରାହୁଲଙ୍କ ବିଷୟରେ କହିଲେ ଏମିତି କଥା

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ରାହୁଲ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ। ଫଟୋରେ ରାହୁଲ ଏକ ଫୋନ ରିସିଭର ଧରିଥିବାବେଳେ ଆଥିଆ ହସୁଥିବାର ଦେଖାଯାଇଛି। ଫଟୋ କ୍ୟାପ୍ସନରେ ରାହୁଲ ଲେଖିଛନ୍ତି ହ୍ୟାଲୋ ଦେବୀପ୍ରସାଦ। ଏହା ଆଥିଆଙ୍କ ପିତା ସୁନୀଲ ସେଟ୍ଟୀଙ୍କ ଫିଲ୍ମ ‘ହେରା ଫେରି’ ଏକ ଜଣାଶୁଣା ଡାଏଲଗ। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାପରେ ରାହୁଲ ଏବଂ ଆଥିଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଆହୁରି ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଝିଅ ଆଥିଆ ଓ ରାହୁଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନୀଲ ସେଟ୍ଟୀ, ରାହୁଲଙ୍କ ବିଷୟରେ କହିଲେ ଏମିତି କଥା

ଏବେ ସୁନୀଲଙ୍କ ଉଭୟଙ୍କ ପ୍ରେମ ସମ୍ପର୍କରେ ପଚରାଯିବାରୁ ସେ ରାଗିଯାଇଛନ୍ତି। ସେ କହିଛନ୍ତି, ଆପଣ ଏବ ପ୍ରଶ୍ନ ଆଥିଆଙ୍କୁ ପଚାରିଲେ ଭଲ। ହେବ ସେ ଯଦି ଏ ସମ୍ପର୍କକୁ ନେଇ କିଛି କୁହନ୍ତି, ଏହାପରେ ମୋତେ ପଚାରିବା ଠିକ୍‌ ହେବ ବୋଲି ସୁନୀଲ କହିଛନ୍ତି। ପୂର୍ବରୁ ରାହୁଲଙ୍କ ନାଁ ଅଭିନେତ୍ରୀ ସୋନାଲ ଚୌହାନ ଏବଂ ନିଧି ଅଗ୍ରଓ୍ବାଲଙ୍କ ସହ ଯୋଡା ଯାଉଥିଲା।