ପୁଣି ତାରକ ମେହେଟ୍ଟା ଶୋ’ର ଏହି ସଦସ୍ୟଙ୍କ ହେଲା ମୃତ୍ୟୁ, ସୁଟିଂସେଟ୍ ରେ ଶୋକର ଛାୟା

ପ୍ରାୟ ୧ ବର୍ଷ ତଳେ ‘ତାରକ ମେହେଟ୍ଟା କା ଓଲଟା ଚାଶମା’ର ଅଭିନେତା’ କଭି କୁମାର ଆଜାଦ’ଙ୍କ ଦେହାନ୍ତ ହୋଇଥିଲା। ଯେତେବେଳେ ସମଗ୍ର ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଥିଲା। ‘ଡ ‘ହାନସରାଜ ହାତି’ର ଚରିତ୍ରରେ ଅଭିନୟ କରୁଥିବା କବିଙ୍କ ଅନ୍ତିମ ସଂସ୍କାରରେ ଏହି ସିରିଏଲର ପୁରା କାଷ୍ଟ ପହଞ୍ଚିଥିଲେ ତେବେ ୧ ବର୍ଷ ପରେ ତାରକ ମେହେଟ୍ଟା ଶୋ’ର ଆଉ ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟଙ୍କ ଦେହାନ୍ତ ହୋଇଛି। ଯେ କୌଣସି ସିରିଏଲ୍ କେବଳ ଏହାର ଅଭିନେତାମାନଙ୍କ
 
ପୁଣି ତାରକ ମେହେଟ୍ଟା ଶୋ’ର ଏହି ସଦସ୍ୟଙ୍କ ହେଲା ମୃତ୍ୟୁ, ସୁଟିଂସେଟ୍ ରେ  ଶୋକର ଛାୟା

ପ୍ରାୟ ୧ ବର୍ଷ ତଳେ ‘ତାରକ ମେହେଟ୍ଟା କା ଓଲଟା ଚାଶମା’ର ଅଭିନେତା’ କଭି କୁମାର ଆଜାଦ’ଙ୍କ ଦେହାନ୍ତ ହୋଇଥିଲା। ଯେତେବେଳେ ସମଗ୍ର ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଥିଲା। ‘ଡ ‘ହାନସରାଜ ହାତି’ର ଚରିତ୍ରରେ ଅଭିନୟ କରୁଥିବା କବିଙ୍କ ଅନ୍ତିମ ସଂସ୍କାରରେ ଏହି ସିରିଏଲର ପୁରା କାଷ୍ଟ ପହଞ୍ଚିଥିଲେ ତେବେ ୧ ବର୍ଷ ପରେ ତାରକ ମେହେଟ୍ଟା ଶୋ’ର ଆଉ ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟଙ୍କ ଦେହାନ୍ତ ହୋଇଛି। ଯେ କୌଣସି ସିରିଏଲ୍ କେବଳ ଏହାର ଅଭିନେତାମାନଙ୍କ ଦ୍ୱାରା ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କ କଠିନ ପରିଶ୍ରମ ଦ୍ୱାରା ନିର୍ମିତ ହୋଇଥାଏ ଯାହାକି ଏକ ଏପିସୋଡ୍ କରିବାରେ ସହଯୋଗ କରିଥାଏ।

ପୁଣି ତାରକ ମେହେଟ୍ଟା ଶୋ’ର ଏହି ସଦସ୍ୟଙ୍କ ହେଲା ମୃତ୍ୟୁ, ସୁଟିଂସେଟ୍ ରେ  ଶୋକର ଛାୟା

ସ୍ପଟ୍-ବୟ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ, ସମସ୍ତଙ୍କ ପରିଶ୍ରମରେ ଏକ ସିରିଏଲ ତିଆରି ହୋଇଥାଏ। ବର୍ତ୍ତମାନ ପୁଣି ଶୋକର ଛାୟା ସୃଷ୍ଟି ହୋଇଛି ତାରକ ମେହେଟ୍ଟା ସିରିଏଲର ସେଟ୍‌ରେ, ସୋ’ର ମେକଅପ୍ କଳାକାର ‘ଆନନ୍ଦ ପରମାର’ଙ୍କ ଦେହାନ୍ତ ହୋଇଛି। ସିରିଏଲରେ ‘କୋମଲ’ ଭୂମିକାରେ ଅଭିନୟ କରିଥିବା ଅମ୍ବିକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ଖବର ଦେଇଛନ୍ତି ଏବଂ ଦୁଃଖ ପ୍ରକାଶ କରିଛନ୍ତି।

ପୁଣି ତାରକ ମେହେଟ୍ଟା ଶୋ’ର ଏହି ସଦସ୍ୟଙ୍କ ହେଲା ମୃତ୍ୟୁ, ସୁଟିଂସେଟ୍ ରେ  ଶୋକର ଛାୟା

ଆନନ୍ଦ ଦଳର ବରିଷ୍ଠ ମେକଅପ୍ କଳାକାର ଥିଲେ, ସେଟରେ ତାଙ୍କୁ ‘ଆନନ୍ଦ ଦାଦା’ କୁହାଯାଉଥିଲା। ‘ଟାଇମ୍ସ ଅଫ୍ ଇଣ୍ଡିଆ’ ରିପୋର୍ଟ ଅନୁଯାୟୀ ଆନନ୍ଦଙ୍କ ଦେହ ଗତ କିଛି ଦିନ ହେବ ଭଲ ନଥିଲା ଏବଂ ହଠାତ୍ ତାଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରି ଦେଇଥିଲା, ସିରିଏଲରେ ଶୋକର ଲହରୀ ଖେଳିଯାଇଛି। ଆନନ୍ଦଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ‘କାଣ୍ଡିଭାଲି ୱେଷ୍ଟ୍’ ଅଞ୍ଚଳରେ ଶେଷ ହୋଇଛି। ଶୋ’ର ପ୍ରଡକ୍ସନ୍ ଟିମ୍ ଏହି ଶୋକ ଅବସରରେ ଛୁଟି ଘୋଷଣା କରିଥିଲେ। ବର୍ଷ ବର୍ଷ ଧରି, ‘ବବିତା ଜୀ’ର ମେକଅପ୍ କରୁଥିବା ବ୍ୟକ୍ତି,’ ଜେଟାଲାଲ୍’ର ମୁହଁରେ ସଠିକ୍ ଚେହେରା ଆଣିଥିବା ବ୍ୟକ୍ତି ଆଉ ଏହି ଦୁନିଆରେ ନାହାଁନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ।