ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ହେଲେ ଓଡିଆ ବୋହୂ, ଏହି ଓଡିଶା ନେତାଙ୍କୁ କଲେ ବିବାହ

ଯାହା ଶୁଣିବାକୁ ମିଳୁଥିଲା ଶେଷରେ ସେଇଆ ଘଟିଲା। ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଏନେଇ ପ୍ରୀତିରଞ୍ଜନଙ୍କ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ସ୍ପଷ୍ଟ କରିଛନ୍ତି। ଗତକାଲି ବିବାହ ସମ୍ପନ୍ନ ହୋଇଛି। ଝିଲିକ ଓ ପ୍ରୀତିରଞ୍ଜନଙ୍କ ବିବାହ ଫଟୋ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି। ଅଭିନେତ୍ରୀ ଝିଲିକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଫଟୋ ପୋଷ୍ଟ
 
ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ହେଲେ ଓଡିଆ ବୋହୂ, ଏହି ଓଡିଶା ନେତାଙ୍କୁ କଲେ ବିବାହ

ଯାହା ଶୁଣିବାକୁ ମିଳୁଥିଲା ଶେଷରେ ସେଇଆ ଘଟିଲା। ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଏନେଇ ପ୍ରୀତିରଞ୍ଜନଙ୍କ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ସ୍ପଷ୍ଟ କରିଛନ୍ତି। ଗତକାଲି ବିବାହ ସମ୍ପନ୍ନ ହୋଇଛି। ଝିଲିକ ଓ ପ୍ରୀତିରଞ୍ଜନଙ୍କ ବିବାହ ଫଟୋ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି। ଅଭିନେତ୍ରୀ ଝିଲିକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଫଟୋ ପୋଷ୍ଟ କରିଛନ୍ତି।

ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ହେଲେ ଓଡିଆ ବୋହୂ, ଏହି ଓଡିଶା ନେତାଙ୍କୁ କଲେ ବିବାହ

ବିବାହ ପୂର୍ବରୁ ଡାନି-ଝିଲିକଙ୍କ ସିକ୍ରେଟ୍‌ ରିଙ୍ଗ୍ ସେରିମନିର ଭିଡିଓ ଭାଇରାଲ ହେଇଥିଲା। ଏଥିରେ ଡାନି-ଝିଲିକ୍‌ ପରସ୍ପରକୁ ମୁଦି ପିନ୍ଧାଉଥିବା ଦେଖିବାକୁ ମିଳିଥିଲା। ଝିଲିକ୍ ଫଟୋ ସେଆର୍ କରି ଲେଖିଛନ୍ତି ‘ଆମର ବୈବାହିକ ଜୀବନ ପାଇଁ ଆମକୁ ଆଶୀର୍ବାଦ କରନ୍ତୁ।’ ତେବେ ବିବାହ ପରେ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ଏ ବାହାଘର ନେଇ ପ୍ରୀତିରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକିୟା ମିଳିପାରିନାହିଁ।

ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ହେଲେ ଓଡିଆ ବୋହୂ, ଏହି ଓଡିଶା ନେତାଙ୍କୁ କଲେ ବିବାହ

ସୂଚନାଯୋଗ୍ୟ, ପ୍ରୀତିରଞ୍ଜନ ଓ ଝିଲିକ୍ ବାହା ହେବେ ବୋଲି ପୂର୍ବରୁ ଆଭାସ ମିଳିଥିଲା। ତେବେ ଏହାକୁ ନେଇ ଏତେ ଖୋଲା ଆଲୋଚନା ହୋଇ ନଥିଲା। ଏହା ପ୍ରୀତିରଞ୍ଜନଙ୍କ ଦ୍ୱିତୀୟ ବିବାହ। ପ୍ରଥମ ପତ୍ନୀଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଛି। ପ୍ରୀତିରଞ୍ଜନ ପ୍ରଥମେ ବିଜେଡି ଟିକେଟ୍‌ରେ ୨୦୦୯ରେ କୋରେଇରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସେ ସୁକିନ୍ଦାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ପୁଣି ଥରେ ବିଜେଡି ଟିକେଟ୍‌ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।