କୁକୁରକୁ ଖୁଆଉଥିଲେ ଏଲିନା ଲୋକେ କହିଲେ ରିଲିଫ ପାଣ୍ଠିକୁ ଟଙ୍କା ଦିଅ ଏଥିରେ ରାଗିଯାଇ ଏଲିନା କହିଲେ ଏମିତି କଥା

ପୃଥିବୀରେ ଏବେ କାୟା ବିସ୍ତାର କରି ଚାଲିଛି ମହାମାରୀ କରୋନା ଭାଇରସ, ଦିନକୁ ଦିନ ଏହାର ପ୍ରଭାବ ବଢି ବଢି ଚାଲିଛି। ଭାରତରେ ୧୦ ହଜାର ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା, ତେବେ ଦେଶର ଏହି ବିପଦ ବେଳେ ବିଜନେସ ମ୍ୟାନଙ୍କ ଠାରୁ ଆରମ୍ଭ କରି ଟିଭି କଳାକାରମାନେ ଟଙ୍କା ଦାନ କରୁଛନ୍ତି। ଓଡ଼ିଆ କଳାକାରମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି। ରାନି ପଣ୍ଡା, ସବ୍ୟସାଚୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟଙ୍କା ଦାନ କରିଛନ୍ତି। ତେବେ
 
କୁକୁରକୁ ଖୁଆଉଥିଲେ ଏଲିନା ଲୋକେ କହିଲେ ରିଲିଫ ପାଣ୍ଠିକୁ ଟଙ୍କା ଦିଅ ଏଥିରେ ରାଗିଯାଇ ଏଲିନା କହିଲେ ଏମିତି କଥା

ପୃଥିବୀରେ ଏବେ କାୟା ବିସ୍ତାର କରି ଚାଲିଛି ମହାମାରୀ କରୋନା ଭାଇରସ, ଦିନକୁ ଦିନ ଏହାର ପ୍ରଭାବ ବଢି ବଢି ଚାଲିଛି। ଭାରତରେ ୧୦ ହଜାର ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା, ତେବେ ଦେଶର ଏହି ବିପଦ ବେଳେ ବିଜନେସ ମ୍ୟାନଙ୍କ ଠାରୁ ଆରମ୍ଭ କରି ଟିଭି କଳାକାରମାନେ ଟଙ୍କା ଦାନ କରୁଛନ୍ତି। ଓଡ଼ିଆ କଳାକାରମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି। ରାନି ପଣ୍ଡା, ସବ୍ୟସାଚୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟଙ୍କା ଦାନ କରିଛନ୍ତି। ତେବେ ଏହି ଦାନ ପାଇଁ କିଛି ଓଡିଆ ସିନେମା କଳାକାରଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ କରାଯାଇଥିଲା ଯେଉଁଥିରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ବି ସାମିଲ୍ ଅଛନ୍ତି।

କୁକୁରକୁ ଖୁଆଉଥିଲେ ଏଲିନା ଲୋକେ କହିଲେ ରିଲିଫ ପାଣ୍ଠିକୁ ଟଙ୍କା ଦିଅ ଏଥିରେ ରାଗିଯାଇ ଏଲିନା କହିଲେ ଏମିତି କଥା

ତେବେ ଘଟଣାଟି ହେଉଛି ଏଲିନା ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍ ରେ ପୋଷ୍ଟ କରିଥିଲେ। ତେବେ ଭିଡିଓରେ ଫ୍ୟାନ୍ସ ମାନେ ସମାଲୋଚନା କରି କହିଥିଲେ କୁକୁରଙ୍କ ବଦଳରେ ଗରିବ ଲୋକଙ୍କୁ କିଛି ଖାଇବାକୁ ଦିଅ। ଯେଉଁମାନେ ଟିକେଟ କିଣି ତୁମ ଫିଲ୍ମ ଦେଖିବାକୁ ଯା’ନ୍ତି। ଆଉ କିଛି ଏହା କହିଥିଲେ ଯେ ଯଦି ଏତେ ଲୋକ ଦେଖାଣିଆ କରିବାର ଆଛି ତାହାଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କିଛି ଦାନ କର କୁକୁରଙ୍କୁ ଖାଇବାକୁ ଦେଇ ଖାଲି ଲୋକ ଦେଖାଣିଆ କାମ କରୁଛ।

କୁକୁରକୁ ଖୁଆଉଥିଲେ ଏଲିନା ଲୋକେ କହିଲେ ରିଲିଫ ପାଣ୍ଠିକୁ ଟଙ୍କା ଦିଅ ଏଥିରେ ରାଗିଯାଇ ଏଲିନା କହିଲେ ଏମିତି କଥା

ଯାହାର ଜବାବରେ ଏଲିନା କହିଥିଲେ “ମୁଁ ଏମିତି ଲୋକ ଦେଖାଣିଆ କାମ କରିବି। ଏତେ ଯଦି ଖରାପ ଲାଗୁଛି, ତା’ହେଲେ ଦୟାକରି ମୋ ପୋଷ୍ଟ ଦେଖନ୍ତୁ ନାହିଁ। ମୋର ୪ ଲକ୍ଷ ଫଲୋଅର୍ସ ଅଛନ୍ତି ସେମାନେ ମତେ ଭଲ ପାଆନ୍ତି, ଆପଣଙ୍କ କମେଣ୍ଟ ମୋର ଦରକାର ନାହିଁ” ଏହା ସହ ନେଗେଟିଭ୍ ଚିନ୍ତାରୁ ଦୁରେଇ ରହିବାକୁ କହିଛନ୍ତି। ତେବେ ଆଉ ଜଣେ ଫ୍ୟାନ୍ସଙ୍କୁ ଏଲିନା କହିଥିଲେ ଆମେ ଯାହା କରୁଛୁ ବହୁତ କରୁଛୁ। ଲୋକଙ୍କୁ ସଚେତନ କରୁଛୁ। କିନ୍ତୁ ଆପଣଙ୍କୁ ସେ ସବୁ ଦେଖାଯାଉନି। ଏତେ ଯଦି ଅସୁବିଧା ଅଛି, ମୋ ପୋଷ୍ଟ ଦେଖନ୍ତୁନି।