କାରରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବଲିଉଡ୍‌ ଆକ୍ଟର ରଣବୀର ସିଂଙ୍କ ଗାଡି, ଦୁର୍ଘଟଣା ପରେ ରଣବୀର...

 
କାରରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବଲିଉଡ୍‌ ଆକ୍ଟର ରଣବୀର ସିଂଙ୍କ ଗାଡି, ଦୁର୍ଘଟଣା ପରେ ରଣବୀର...

ବଲିଉଡ ଅଭିନେତା ରଣବୀର ସିଂଙ୍କ ଗୁରୁବାର ମୁମ୍ବାଇରେ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ କିମ୍ବା ତାଙ୍କ କାରରେ କୌଣସି ଣସି ଗୁରୁତ୍ୱପୂର୍ଣ୍ଣ କ୍ଷତି ହୋଇ ନାହିଁ, ତେବେ ଏହି ଦୁର୍ଘଟଣା ସମୟର ଫଟୋ ଏବଂ ଭିଡିଓଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ରଣବୀର ଦୁର୍ଘଟଣା ପରେ ତାଙ୍କ କାରର ଅବସ୍ଥା ଦେଖିଥିବାର ନଜର ଆସିଛନ୍ତି।

ଡବିଂ ଶେଷ କରିବା ପରେ ରଣବୀର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ​​ଏବଂ ତାଙ୍କ କାର ପଛପଟୁ ଆସୁଥିବା ଜଣେ ବାଇକ ଆରୋହୀ ରଣବୀରଙ୍କ ମର୍ସିଡିଜ୍ ଏସୟୁଭି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ରଣବୀର କାରରୁ ଓହ୍ଲାଇ କଣ କ୍ଷତି ହୋଇଛି ତାହା ଯାଞ୍ଚ କରୁଛନ୍ତି। ଅଧିକ କିଛି କ୍ଷତି ନ ହୋଇଛି ବୋଲି ଜାଣିବା ପରେ ରଣବୀର ଯାଇଁ କାରରେ ବସିଥିଲେ।

ସୂଚନା ଥାଉକି, ଖେଳ ଉପରେ ଆଧାରିତ କବୀର ଖାନଙ୍କ ଫିଲ୍ମ 83ରେ ନଜର ଆସିବେ ରଣବୀର ସିଂହ। ଏହି ଫିଲ୍ମଟି ଏପ୍ରିଲ ୨୦ ତାରିଖରେ ମୁକ୍ତିଲାଭ କରିବାର ଥିଲା। କିନ୍ତୁ କରୋନା ଭାଇରସ ସଂକ୍ରମଣ ପାଇଁ ଏହାର ରିଲିଜ୍‌ ଡେଟ୍‌କୁ ଘୁଞ୍ଚାଇ ଦେଇଥିଲା ପ୍ରଯୋଜନା ସଂସ୍ଥା। ରଣବୀର ଏହି ଫିଲ୍ମରେ ପୂର୍ବତନ କ୍ରିକେଟ୍‌ କ୍ୟାପ୍ଟେନ୍‌ କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି।