ଏହି ୫ ଜଣ ବଲିଉଡ଼ ଷ୍ଟାର ଥିଲେ ବହୁତ ଖରାପ ପଡୋଶୀ, ବାଧ୍ୟ ହୋଇ କେତେକଙ୍କ ନାଁ ରେ ପୋଲିସ କେସ୍ ଦେଇଥିଲେ ଲୋକେ

 
ଏହି ୫ ଜଣ ବଲିଉଡ଼ ଷ୍ଟାର ଥିଲେ ବହୁତ ଖରାପ ପଡୋଶୀ, ବାଧ୍ୟ ହୋଇ କେତେକଙ୍କ ନାଁ ରେ ପୋଲିସ କେସ୍ ଦେଇଥିଲେ ଲୋକେ

ଦୁନିଆ ରେ ସମସ୍ତେ ନିଜ ଘରେ ଶାନ୍ତିରେ ଏବଂ ସୁଖଃ ରେ ରହିବାକୁ ଚାହିଁଥାନ୍ତି। କିନ୍ତୁ ଯଦି ଆପଣଙ୍କ ପଡ଼ୋଶୀ ଆପଣଙ୍କୁ ହଇରାଣ କରେ ତେବେ ଆପଣ କଣ କରିବେ? ବାଧ୍ୟ ହୋଇ ନିଶ୍ଚିତ ପୋଲିସ ପାଖରେ ପହଞ୍ଚିବେ। ଏହିପରି ସାଧାରଣ ହୋଇଥିବା ବେଳେ ଏପରି ଘଟଣା କେତେକ ସେଲିବ୍ରିଟି ମାନଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳିଛି।

ତେବେ ଆସନ୍ତୁ ଜାଣିବା ଏପରି ୫ ବଲିଉଡ଼ ସେଲିବ୍ରିଟିମାନଙ୍କ ବିଷୟରେ ଯେଉଁମାନଙ୍କ ଖରାପ ବ୍ୟବହାର ଏବଂ କାର୍ଯ୍ୟ କଳାପ ଯୋଗୁ ସେମାନଙ୍କ ନାମରେ ପଡ଼ୋଶୀମାନେ ପୋଲିସ ରେ ଏତଲା ଦେବାକୁ ମଧ୍ୟ ପଛାଇ ନଥିଲେ:-

୧. ଐଶ୍ୱର୍ଯ୍ୟା ରାୟ:- ଏହା ସେତେବେଳର କଥା ଯେବେ ଐଶ୍ୱର୍ଯ୍ୟା ଏବଂ ସଲମାନ ଖାଁଙ୍କ ପ୍ରେମ ସମ୍ପର୍କ ବେସ୍ ଚର୍ଚ୍ଚାରେ ରହୁଥିଲା। ଥରେ ସଲମାନ ଐଶ୍ୱର୍ଯ୍ୟାଙ୍କ ଘରେ ପହଞ୍ଚି ଜୋର ରେ ତାଙ୍କ କବାଟ ବଡେଇବାକୁ ଲାଗିଥିଲେ, ଯେତେବେଳେ ସେ କବାଟ ଖୋଲି ନଥିଲେ, ଏବଂ ସଲମାନଙ୍କ ଏହି ଡ୍ରାମା ଐଶ୍ୱର୍ଯ୍ୟାଙ୍କ ପଡ଼ୋଶୀମାନଙ୍କୁ ଏତେ ବିରକ୍ତ କରିଥିଲା ଯେ ସେମାନେ ତାଙ୍କ ନାମରେ ପୋଲିସରେ ଏତଲା ଦେଇଥିଲେ।

୨. ପ୍ରୀତି ଜିଣ୍ଟା:- ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ପରଦାରେ ବହୁତ ସୁନ୍ଦର ଏବଂ ନିରୀହ ଦେଖାଯାଉଥିବା ବେଳେ ତାଙ୍କ ପଡ଼ୋଶୀମାନେ ସେ ଷ୍ଟାର ହେବାର ଫାଇଦା ଉଠାଉଥିବା କଥା ପ୍ରକାଶ କରିଥିଲେ। ଯେତେବେଳେ ବି ସେ ସୁଇମିଂ ପୁଲ କିମ୍ବା ବଗିଚାକୁ ଯାଆନ୍ତି, ସେତେବେଳେ ସେ ତାଙ୍କ ସହିତ ଦୁଇଟି ବାଉନ୍ସର୍ ରଖିଥାନ୍ତି। ଏଭଳି ପରିସ୍ଥିତିରେ ପ୍ରୀତି ସେଠାରୁ ନ ଆସିବା ଯାଏଁ ଅନ୍ୟ ପିଲାମାନଙ୍କୁ ବାଉନ୍ସର୍ ମାନେ ଭିତରକୁ ଯିବାକୁ ଦିଅନ୍ତି ନାହିଁ ବୋଲି ଅଭିଯୋଗ ହୋଇଥିଲା।

୩.କରିନା କପୁର:- ବଲିଉଡ଼ର ହଟ୍ ନାୟିକା କରିନା କପୁର ମଧ୍ୟ ଏହି ଲିଷ୍ଟ ରେ ସାମିଲ ଅଛନ୍ତି। କରିନା ଘରେ ଅନେକ ସମୟରେ ପାର୍ଟିର ଆୟୋଜନ କରୁଥିବା ବେଳେ, ସେଠାକୁ ଅନେକ ବଲିଉଡ ତାରକା ଏବଂ ମିଡିଆ ଆସିଥାନ୍ତି। ତେବେ ତାଙ୍କ ପଡ଼ୋଶୀମାନେ ଏହି ଅତ୍ୟଧିକ ଭିଡ଼ ଏବଂ ବିଳମ୍ବିତ ରାତିରେ ପାର୍ଟି ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ଯେଉଁଥିପାଇଁ ସେମାନେ ପାର୍ଟି ବନ୍ଦ କରିବାକୁ ପୋଲିସକୁ ଡାକିବାକୁ ମଧ୍ୟ ପଛାଇ ନଥିଲେ।

୪. ଶକ୍ତି କପୁର:- ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଶକ୍ତି କପୁର ଥରେ ପଡ଼ୋଶୀମାନଙ୍କ ପାଇଁ ମଧ୍ୟ ପ୍ରକୃତରେ ଖଳନାୟକ ପାଲଟି ଯାଇଥିଲେ। ଶକ୍ତି ଲିଫ୍ଟରେ ପରିସ୍ରା କରିବା ସହ ବିନା ପୋଷାକରେ କରିଡରରେ ବୁଲୁଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ଏହି ମାମଲା କି ନେଇ ଶକ୍ତିଙ୍କୁ ତାଙ୍କ ପଡ଼ୋଶୀମାନଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।

୫. ସାହିଦ କପୁର:- ସହିଦ କପୁରଙ୍କ ନୂତନ ଘର ମରାମତି କାମ ଯୋଗୁଁ ସେଠାରେ ବହୁତ ଶବ୍ଦ ହେଉଥିଲା।  ଏହା ସହିଦଙ୍କ ପଡ଼ୋଶୀମାନଙ୍କୁ ଏତେ ବିବ୍ରତ କରିଥିଲା ​​ଯେ ସେ ଏହା ବିରୋଧରେ ଅଭିଯୋଗ କରିଥିଲେ।  ମରାମତି କର୍ମଚାରୀମାନେ ତାଙ୍କ ଘରର କାନ୍ଥରେ ପରିସ୍ରା କରୁଛନ୍ତି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଥିଲେ।