ଅଭିନେତା ଋଷି କପୁରଙ୍କ ୬୭ ବର୍ଷରେ ପରଲୋକ, କେମିତି ହେଲା ତାଙ୍କ ମୃତ୍ୟୁ ଜାଣନ୍ତୁ

କାଲି ଇରଫାନ ଖାନଙ୍କ ପରେ ବଲିଉଡକୁ ଆଉ ଏକ ଝଟକା ଲାଗିଛି। ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଛି। ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ଦିର୍ଘ ଦିନରୁ କ୍ୟାନସରରେ ପୀଡିତ ଥିଲେ। ଅମିତାଭ ବଚ୍ଚନ ଋଷି କପୁରଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି। ଅମିତାଭ ବଚ୍ଚନ ଟ୍ୱିଟ କରି ଲେଖିଛନ୍ତି- ସେ ଗଲା, ଋଷି କପୁର ଗଲେ। ତାଙ୍କର ନିଧନ ହୋଇଗଲା, ମୁଁ
 
ଅଭିନେତା ଋଷି କପୁରଙ୍କ ୬୭ ବର୍ଷରେ ପରଲୋକ, କେମିତି ହେଲା ତାଙ୍କ ମୃତ୍ୟୁ ଜାଣନ୍ତୁ

କାଲି ଇରଫାନ ଖାନଙ୍କ ପରେ ବଲିଉଡକୁ ଆଉ ଏକ ଝଟକା ଲାଗିଛି। ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଛି। ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ଦିର୍ଘ ଦିନରୁ କ୍ୟାନସରରେ ପୀଡିତ ଥିଲେ। ଅମିତାଭ ବଚ୍ଚନ ଋଷି କପୁରଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି।

ଅମିତାଭ ବଚ୍ଚନ ଟ୍ୱିଟ କରି ଲେଖିଛନ୍ତି- ସେ ଗଲା, ଋଷି କପୁର ଗଲେ। ତାଙ୍କର ନିଧନ ହୋଇଗଲା, ମୁଁ ଭାଙ୍ଗି ପଡିଛି, କପୁର ପରିବାରରୁ ଋଷିଙ୍କ ମୃତ୍ୟୁ ଖବରକୁ ରଣଧୀର କପୁର ନିଶ୍ଚିତ କରିଛନ୍ତି। କହିରଖୁଛୁ ଋଷି କପୁରଙ୍କୁ ତାଙ୍କ ପରିବାର ବୁଧବାର ଦିନ ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଭାଇ ରଣଧୀର କହିଥିଲେ ଯେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି।

29 ଏପ୍ରିଲରେ, ହିନ୍ଦୀ ସିନେମା ଅଭିନେତା ଇରଫାନ ଖାନଙ୍କୁ ହରାଇଲା। ବର୍ତ୍ତମାନ, ଏପ୍ରିଲ 30କୁ ଇରଫାନଙ୍କ ମୃତ୍ୟୁର 1 ଦିନ ପରେ ଋଷି କପୁର ବିଦାୟ ଦେଇଛନ୍ତି। ଦୁଇ ଭେଟେରାନ୍ ଅଭିନେତାଙ୍କୁ ହରାଇ ଦେଇଛି ଫିଲ୍ମ ଇଣ୍ଡଷ୍ଟ୍ରି ଯାହା ଏକ ବଡ ଝଟକା। ଋଷି କପୁରଙ୍କ ମୃତ୍ୟୁ ଦେଶରେ ଶୋକର ଲହରୀ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ସେଲିବ୍ରେଟ ଏବଂ ପ୍ରଶଂସକମାନେ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି। କହି ରଖୁଛୁ ଯେ ହିନ୍ଦୀ ସିନେମାକୁ ଋଷି କପୁର ଏକ ବଡ଼ ଅବଦାନ ଦେଇଛନ୍ତି। ସେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଥିଲେ।