୫୪ ବର୍ଷ ବୟସରେ ଅଭିନେତା ଇରଫାନ ଖାନଙ୍କ ନିଧନ, ଜାଣନ୍ତୁ କେମିତି ହେଲା ମୃତ୍ୟୁ

ନିଜ ଅଭିନୟରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଚଳଚ୍ଚିତ୍ର ଅଭିନେତା ଇରଫାନ ଖାନଙ୍କର ବୁଧବାର ଦେହାନ୍ତ ହୋଇଛି। ଇରଫାନ ଖାନ 54 ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଇରଫାନ୍ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କୁ ଅତୀତରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିମ୍ବଦନ୍ତୀ କଳାକାରଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ହସ୍ପିଟାଲର ବିବୃତ୍ତି ଅନୁଯାୟୀ, ଇରଫାନ୍ ଖାନ୍ ପେଟ ଜନିତ ସମସ୍ୟା ସହ ସଂଘର୍ଷ କରୁଥିଲେ,
 
୫୪ ବର୍ଷ ବୟସରେ ଅଭିନେତା ଇରଫାନ ଖାନଙ୍କ ନିଧନ, ଜାଣନ୍ତୁ କେମିତି ହେଲା ମୃତ୍ୟୁ

ନିଜ ଅଭିନୟରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଚଳଚ୍ଚିତ୍ର ଅଭିନେତା ଇରଫାନ ଖାନଙ୍କର ବୁଧବାର ଦେହାନ୍ତ ହୋଇଛି। ଇରଫାନ ଖାନ 54 ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଇରଫାନ୍ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କୁ ଅତୀତରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିମ୍ବଦନ୍ତୀ କଳାକାରଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ହସ୍ପିଟାଲର ବିବୃତ୍ତି ଅନୁଯାୟୀ, ଇରଫାନ୍ ଖାନ୍ ପେଟ ଜନିତ ସମସ୍ୟା ସହ ସଂଘର୍ଷ କରୁଥିଲେ, ତାଙ୍କର କୋଲନ୍ ସଂକ୍ରମଣ ହୋଇଥିଲା।

ଫିଲ୍ମ ନିର୍ଦ୍ଦେଶକ ଶୁଜିତ ସାର୍କ ପ୍ରଥମେ ଇରଫାନ ଖାନଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ, ଯାହା ପରେ ଡାକ୍ତରଖାନାରୁ ଏହି ବିବୃତ୍ତି ପ୍ରକାଶ ପାଇଥିଲା। କହିରଖୁଛୁ ଯେ ଇରଫାନ୍ ଖାନଙ୍କ ମାଙ୍କର କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା, କିନ୍ତୁ ଅସୁସ୍ଥତା ଏବଂ ତାଲାବନ୍ଦ ଯୋଗୁଁ ସେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିନଥିଲେ। ମା’ଙ୍କ ମୃତ୍ୟୁର କିଛି ଦିନ ପରେ ଇରଫାନ ଖାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।