ଦେଖନ୍ତୁ ଭିଡ଼ିଓ: ରାସ୍ତାରେ ଠିଆ ହୋଇଥିବା ମଇଁଷିକୁ ଗୋଇଠା ମାରିଲେ ଏହି ଯୁବକ, ତୁରନ୍ତ ମିଳିଲା କୁକର୍ମର ଫଳ….

 
Instant karma

କୁହାଯାଏ ମଣିଷ ଯେପରି କର୍ମ କରେ ତାକୁ ସେହିପରି ହିଁ ଫଳ ମିଳିଥାଏ। କିନ୍ତୁ ବେଳେ ବେଳେ ଭୁଲ କାମ କରିବା ପରେ ମଣିଷକୁ ତାର କୁକର୍ମର ଫଳ ତୁରନ୍ତ ମିଳିଯାଇଥାଏ। ବର୍ତ୍ତମାନ ଆମେ ଆପଣଙ୍କୁ ଏହିପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ରାସ୍ତାରେ ବାଇକ ଚଳାଇ ଯାଉଥିବା ଦୁଇ ଯୁବକଙ୍କୁ ନିଜର କୁକର୍ମ ହେତୁ ଦୁର୍ଘଟଣାର ଶିକାର ହେବାକୁ ପଡୁଛି।

ଭାଇରଲ ହୋଇଥିବା ଏହି ଭିଡିଓଟିରେ ଦୁଇ ଯୁବକ ରାସ୍ତାରେ ବାଇକ ଚଳାଇ ଯାଉଥିଲେ। ଏଥିସହିତ ରାସ୍ତାର ଗୋଟିଏ ପାର୍ଶ୍ଵରେ କିଛି ମଇଁଷି ଠିଆ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ, ଯେମିତି ବାଇକଟି ଏକ ମଇଁଷି ପାଖରେ ପହଞ୍ଚିଥିଲା, ପଛରେ ବସିଥିବା ଜଣେ ଯୁବକ ମଇଁଷିଟିକୁ ଗୋଇଠା ମାରିଥିଲେ। ତେବେ ସେମାନଙ୍କୁ ତାଙ୍କର କୁକର୍ମର ଫଳ ତୁରନ୍ତ ମିଳିଯାଇଥିଲା ଏବଂ ଭାରସାମ୍ୟ ହରାଇ ଉଭୟେ ରାସ୍ତା କଡ଼ରେ ପଡିଯାଇଥିଲେ। ଦେଖନ୍ତୁ ଏହି ଭିଡ଼ିଓ:-


ଏହି ଭିଡିଓଟିକୁ IFS ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ୨୫ ମେ ପୋଷ୍ଟ ହୋଇଥିବା ୫ ସେକେଣ୍ଡର ଏହି ଭିଡିଓଟିରେ ଏପର୍ଯ୍ୟନ୍ତ ୪୭ ହଜ଼ାରରୁ ଅଧିକ ଭିୟୁ ସହିତ ୫ ହଜ଼ାର ରୁ ଅଧିକ ଲାଇକ ଆସି ସାରିଛି। ଏଥିସହିତ ଭିଡିଓଟିରେ ଅଧିକ ରୁ ଅଧିକ ଲୋକେ ବିଭିନ୍ନ ମଜାଳିଆ ମନ୍ତବ୍ୟ ଦେବାରେ ଲାଗିଛନ୍ତି।