​​​କୋଟି କୋଟି ଲୋକଙ୍କ ମନରେ ରାଜା କରୁଥିଲେ, ହେଲେ ଏବେ ଏମିତି କହିଦେଲେ ବିଗ୍ ବି ଅମିତାଭ

 
Amitabh Bachchan
ମଞ୍ଚ ଉପରେ କାନ୍ଦି ପକାଇଲେ ଅମିତାଭ ବଚ୍ଚନ । ଥରିଲା କଣ୍ଠରେ ଶେଷ ଥର ପାଇଁ କହିଲେ ଶୁଭରାତ୍ରି । କୌନ ବନେଗା କରୋଡ ପତି ସିଜିନ୍ ୧୫ ର ସମାପ୍ତି ଘଟିଛି । ଗତ ୨୯ ଡିସେମ୍ବର ଦିନ ଏହି ସିଜିନ୍ ର ଶେଷ ଏପିସୋଡ ଦେଖିବାକୁ ମିଳିଥିଲା । ଯେଉଁଥିରେ ଭାବୁକ ହୋଇ ପଡ଼ିଥିଲେ ମହାନାୟକ ଅମିତାଭ ବଚ୍ଚନ ତଥା ସମସ୍ତଙ୍କର ଅତି ପ୍ରିୟ ବିଗ୍ ବି । 

ର

୧୮ ଏପ୍ରିଲ୍ ୨୦୨୩ରେ ଆରମ୍ଭ ହୋଇଥିଲା କୌନ ବନେଗା କରୋଡପତିର ସିଜିନ୍ ୧୫ । ଯେଉଁ ଶୋ ମାଧ୍ୟମରେ ଲୋକ ମାନେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଥିଲେ । ଅନେକ ଲୋକଙ୍କର ଭାଗ୍ୟ ବଦଳାଇଛି ଏହି ଶୋ । ଦେଶରେ କୁଇଜ୍ ରିଆଲିଟି ଶୋ ଭାବେ ବେଶ୍ ଲୋକ ପ୍ରିୟ ହୋଇ ପାରିଛି ଏହି ଶୋ ।

ଏହି ଶୋର ଏକ ମୁଖ୍ୟ ଆକର୍ଷଣ ଥିଲେ ଅମିତାଭ ବଚ୍ଚନ । ଏପରି ଏକ ବ୍ୟକ୍ତିତ୍ଵ ଯାହାଙ୍କୁ ବର୍ତ୍ତମାନ ପିଢ଼ି ମଧ୍ୟ ଅନୁସରଣ କରେ । ସିଜିନ୍ ୧୫ର ଏହି ଶେଷ ଏପିସୋଡ ରେ ବଲିଉଡ୍ ର ନାମୀଦାମୀ ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ମିଳିଥିଲା । ଶର୍ମିଲା ଟାଗୋର , ସାରା ଅଲ୍ଲୀ ଖାନ୍ ଓ ବିଦ୍ୟା ବାଲନ । ଏହି ତିନି ସିତାରା ମଞ୍ଚ ଉପରେ ଉପସ୍ଥିତ ଥିଲେ ।

Amitabh Bachchan

ଏହି ଶେଷ ଏପିସୋଡରେ ସମସ୍ତେ ଭାବୁକ ହୋଇ ପଡ଼ିଥିଲେ । ଏପରି ଏକ ଶୋକୁ ଛାଡିବାର ଇଛା କାହା ମନରେ ବି ନଥିଲା । ଏଥର ନୂଆ ବର୍ଷରେ ହୁଏ ତ ଅନେକ ଲୋକ ଏହି ଶୋକୁ ମିସ୍ କରିବେ ନିଶ୍ଚିତ । ଏହି ଶୋର ଶେଷରେ ବିଗ୍ ବି ଅମିତାଭ ବଚ୍ଚନ କୋହଭରା କଣ୍ଠରେ କହିଥିଲେ ସମସ୍ତଙ୍କୁ ମୋର ଶୁଭରାତ୍ରି । ଯାହା କହିବା ବେଳେ ତାଙ୍କ ଆଖି ଲୁହରେ ଭରି ଉଠିଥିଲା ।