ଗୁଡ୍ ଲୁକ୍ସ ପାଇଁ ଦିୱାନା କରାଇ ଦେଇଥିବା ବାହୁବଳୀ ପ୍ରଭାସ ହେଲେ ବଡ଼ି ସେମିଙ୍ଗର ଶିକାର, ସୋସିଆଲ ମିଡ଼ିଆ ରେ ହେଲେ ଟ୍ରୋଲ ଏବଂ...

 
bahubali bad look

ବହୁବଳୀ ସିନେମାରେ ଅଭିନେତା ପ୍ରଭାସଙ୍କର ଦମଦାର ଲୁକ୍ ସହିତ ଆକ୍ଟିଂକୁ କିଏ ଅବା ଭୁଲିପାରିବ। ତାଙ୍କର ଏବଂ ଚଳଚିତ୍ରରେ ଅଭିନୟ କରିଥିବା ଅନ୍ୟ କଳାକାର ମାନଙ୍କର ନିଖୁଣ ଆକ୍ଟିଂ ହେତୁ ଏହି ଫିଲ୍ମଟି ହିଟ୍ ସାବ୍ୟସ୍ତ ହୋଇଥିଲା। ତେବେ, ଏହି ଚଳଚିତ୍ର ପରଠାରୁ ପ୍ରଭାସଙ୍କର ଲୋକପ୍ରିୟତା ଆହୁରି ବଢ଼ିଯାଇଥିଲା। କିନ୍ତୁ, ଏବେ ତାଙ୍କୁ ମଧ୍ୟ ବଡ଼ି ସେମିଙ୍ଗର ଶିକାର ହେବାକୁ ପଡିଛି।

Prabhas

ପ୍ରକୃତରେ କିଛି ଦିନ ତଳେ ପ୍ରଭାସଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଯେଉଁଥିରେ ସେ କୌଣସି ମେକଅପ ନେଇନଥିବା ଦେଖାଯାଉଛି। ଏହି ଫୋଟୋରେ ପ୍ରଭାସ ପୁରା ସାଧାରଣ ଦେଖା ଯାଉଥିବା ବେଳେ ତାଙ୍କର ଓଜନ ବଢ଼ି ଯାଇଥିବା ନଜ଼ର ଆସିଛି। ବାସ୍, ଏହି ଫୋଟୋ ଇଣ୍ଟରନେଟକୁ ଆସିବା ପରେ ପ୍ରଭାସଙ୍କୁ ଅନେକ ଲୋକେ ଟ୍ରୋଲ କରିବା ଆରମ୍ଭ କରିଥିଲେ।

Prabhas

କେହି କେହି ତାଙ୍କୁ କ୍ଷୀର ଵାଲା ପରି ଦେଖା ଯାଉଛ କହୁଥିବା ବେଳେ ଅନ୍ୟ କେହି ତାଙ୍କୁ ପାୱଭାଜି ବିକ୍ରି କରୁଥିବା ଭଳି ଦେଖାଯାଉଛନ୍ତି ବୋଲି କହି ଟ୍ରୋଲ କରିଥିଲେ। ତେବେ, ବହୁବଳୀରେ ନିଜ ଲୁକ୍ସ ପାଇଁ ଚର୍ଚ୍ଚାରେ ରହିଥିବା ପ୍ରଭାସଙ୍କର ଏଭଳି ଲୁକକୁ ଦେଖି ତାଙ୍କ ଫ୍ୟାନ୍ସମାନେ ନିରାଶ ହୋଇଥିବା ଦେଖିବାକୁ ମିଳିଛି।