ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

 
Ranbana

ଶ୍ରୀ ରାମାନନ୍ଦ ସାଗରଙ୍କ ଦ୍ଵାରା ପ୍ରସ୍ତୁତ ଟିଭି ଧାରାବାହିକ 'ରାମାୟଣ' ସେତବେଳେ ଖୁବ ଲୋକପ୍ରିୟ ହୋଇଥିଲା। ଏପରିକି କରୋନା ପାଇଁ ହୋଇଥିବା ଲକଡାଉନ ସମୟରେ ଏହା ପୁନଃପ୍ରସାରିତ ହେବାରୁ ଲୋକେ ବହୁଳ ମାତ୍ରାରେ ଏହି ଧାରାବାହିକକୁ ଦେଖିଥିଲେ। କିନ୍ତୁ, ଏକ ଦୁଃଖଦ ଘଟଣାକ୍ରମରେ ‘ରାମାୟଣ’ରେ ରାବଣ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର ମଙ୍ଗଳବାର ରାତିରେ ଦେହାନ୍ତ ହୋଇଯାଇଛି।

Ravaan

ମୃତ୍ୟୁ ସମୟରେ ଶ୍ରୀ ତ୍ରିବେଦୀଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗଣମାଧ୍ୟମରେ ପ୍ରସାରିତ ତଥ୍ୟ ଅନୁଯାଇ ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ହୃଦଘାତ ସହିତ ତାଙ୍କର ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ବୁଧବାର ସକାଳେ ମୁମ୍ବାଇଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।

Arvind tripathi

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାମାୟଣ ଧାରାବାହିକ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଶ୍ରୀ ତ୍ରିବେଦୀ, ନିଜର ୪୦ ବର୍ଷର ଚଳଚ୍ଚିତ୍ର ଏବଂ ଟେଲିଭିଜନ୍‌ କ୍ୟାରିୟର୍‌ରେ ହିନ୍ଦୀ ଓ ଗୁଜରାଟୀ ସମେତ ପ୍ରାୟ ୩୦୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କେବଳ ଏତିକି ନୁହେଁ ବରଂ ୧୦୯୧ ରୁ ୧୯୯୬ ପର୍ଯ୍ୟନ୍ତ ସେ ସଂସଦରେ ସଦସ୍ୟ ରହିଥିଲେ। ଏହା ବ୍ୟତୀତ ସେ ‘ସେନ୍‌ସର୍‌ ବୋର୍ଡ ଫର୍‌ ସାର୍ଟିଫିକେସନ୍‌’ (ସିବିଏଫ୍‌ସି)ର କାର୍ଯ୍ୟନିର୍ବାହୀ ସଭାପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।