​​କଣ ସତରେ ଅଲଗା ହେବାକୁ ଯାଉଛନ୍ତି କି ଐଶ୍ୱର୍ଯ୍ୟା ଏବଂ ଅଭିଷେକ? ଜାଣନ୍ତୁ କାହିଁକି ହେବେ ଅଲଗା
​​​​

 
Abhishek aiswarya

ଅଲଗା ହେବାକୁ ଯାଉଛନ୍ତି କି ଐଶ୍ୱର୍ଯ୍ୟା ଏବଂ ଅଭିଷେକ ? ପୂର୍ବରୁ ମଧ୍ୟ ଦୁହିଁଙ୍କ ସମ୍ପର୍କକୁ ନେଇ ଅନେକ ବାଦ ବିବାଦ ଦେଖା ଦେଇଛି । ତେବେ ବର୍ତ୍ତମାନ ମଧ୍ୟ କିଛି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଯାହାକୁ ଦେଖିଲା ପରେ ଦୁହିଁଙ୍କ ଅଲଗା ହେବାକୁ ନେଇ ଫ୍ୟାନ୍ସ ମାନଙ୍କ ମନରେ ଅନେକ ପ୍ରଶ୍ନ ଦେଖିବାକୁ ମିଳିଛି । 

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆପଣ ତ ନିଶ୍ଚୟ ଜାଣିଥିବେ କି ନିକଟରେ ଅନନ୍ତ ଏବଂ ରାଧିକାଙ୍କର ବିବାହ ସମ୍ପନ୍ନ ହୋଇଛି । ଦେଶ ବିଦେଶର ସମସ୍ତ ନାମିଦାମୀ ବ୍ୟକ୍ତି ଏହି ବିବାହରେ ଯୋଗ ଦେଇଥିଲେ । ବଲିଉଡ୍, ଟଲିଉଡ ଏପରି କି ହଲିଉଡ୍ ର ମଧ୍ୟ ପ୍ରାୟ ସମସ୍ତ ସେଲିବ୍ରେଟି ଏହି ବିବାହରେ ଯୋଗ ଦେଇଥିଲେ ।

Ay

ଗତ ଜୁଲାଇ ୧୨ରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଜୁଲାଇ ୧୩ରେ ଶୁଭ ଆଶୀର୍ବାଦ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଯେଉଁ ଉତ୍ସବରେ ବଚ୍ଚନ ପରିବାର ମଧ୍ୟ ସାମିଲ ଥିଲେ । ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଅଭିଷେକ ତାଙ୍କ ଭଉଣୀ ଏବଂ ଭିଣୋଇ ସମସ୍ତେ ଉପସ୍ଥିତ ଥିଲେ ।

କିନ୍ତୁ ଦେଖିବାକୁ ମିଳିଥିଲା ଐଶ୍ୱର୍ଯ୍ୟା ତାଙ୍କ ଝିଅ ସହ ଅଲଗା ଆସିଥିଲେ । ତେବେ ଏହି ଅଲଗା ଆସିବା ହିଁ ଫ୍ୟାନ୍ସ ମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।