ଅନୁଭବଙ୍କୁ ମିଳିଲା ନୂଆ ପାର୍ଟନର୍! ସଶକ୍ତ ନାରୀ ସହ ଅନୁଭବଙ୍କ ଡିନର୍ ଭାଇରାଲ, ଜାଣନ୍ତୁ ପୂରା ଘଟଣା

 
Anubhav

ଗତ କିଛି ମାସ ହେବ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ରହି ଆସିଥିଲେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି। ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ଛାଡ଼ପତ୍ରକୁ ନେଇ ବିବାଦ ଚାଲିଥିବା ବେଳେ ଅନୁଭବ ତାଙ୍କର ଜଣେ ବାନ୍ଧବୀଙ୍କ ସହିତ ଡିନର କରୁଥିବାର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନୁଭବ ଗତ କିଛି ଦିନ ହେବ ଦିଲ୍ଲୀରେ ରହୁଥିଲେ ହେଁ ସେ ସୋସିଆଲ ମିଡିଆରେ ବେସ୍ ସକ୍ରିୟ ରହିଛନ୍ତି।

Anubhav

Anubhav

ଭାଇରାଲ ହେଉଥିବା ଏହି ଫୋଟୋରେ ଅନୁଭବ ବେସ ଧାର୍ମିକ ବେସଭୁଷାରେ ଥିବାବେଳେ ହାତରେ ଖାଉଥିବା ଦେଖିବାକୁ ମିଳିଥିଲା ଅନ୍ୟପକ୍ଷରେ ତାଙ୍କର ବାନ୍ଧବୀ ପାଶ୍ଚାତ୍ୟ ଶୈଳୀରେ କଣ୍ଟା ଚାମଚରେ ଖାଦ୍ୟ ଖାଇଥିଲେ। ଏହା ପୂର୍ବରୁ ଅନୁଭବ ଆଉ ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ଏକୁଟିଆ ପଖାଳ ଖାଉଥିବାର ଦେଖିବାକୁ ମିଳିଥିଲା। ସେହି ପୋଷ୍ଟରେ ସେ ପଖାଳକୁ ଓଡ଼ିଆ ଖାଇବାର ଆତ୍ମା ବୋଲି ବିବେଚନା କରିଥିଲେ।