୬ ବର୍ଷ ପରେ ରିଲିଜ୍ ହେଲା ଅନୁଭବଙ୍କ ନୂଆ ଚଳଚିତ୍ର! ପୁଅର ସିନେମା ଦେଖିବା ପାଇଁ ହଲରେ ପହଞ୍ଚିଲେ ଅନୁଭବଙ୍କ ବାପା ମାଆ

 
Anubhab

ଦୀର୍ଘ ୬ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଓଲିଉଡ଼ ସୁପରଷ୍ଟାର୍ ଅନୁଭବ ମହାନ୍ତି। ନିଜର ନୂଆ ସିନେମା 'ଲଭ୍ ଇଂ ଲଣ୍ଡନ୍' ମାଧ୍ୟମରେ ସେ ପୁଣିଥରେ ଦର୍ଶକମାନଙ୍କ ଗହଣକୁ ଫେରିଛନ୍ତି। ଜୁନ ୧୩ ତାରିଖରେ ଏହି ସିନେମା ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଦର୍ଶକ ବହୁତ ଖୁସି ଥିବା ସହିତ ଅନୁଭବ ବେସ୍ ଆଶାବାଦୀ ରହିଛନ୍ତି। 

Love in london

ତେବେ, ସବୁଠାରୁ ବଡ଼ କଥା ହେଉଛି ପୁଅର ସିନେମା ଦେଖିବା ପାଇଁ ଅନୁଭବଙ୍କ ବାପା ଏବଂ ମାଆ ମଧ୍ୟ ଫିଲ୍ମ ହଲରେ ଆସି ପହଞ୍ଚିଛନ୍ତି। ଏହି ଚଳଚିତ୍ରରେ ଅଭିନେତା ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ସ୍ୱପ୍ନା ପ୍ରିୟଦର୍ଶିନୀ ଏବଂ ସୌମ୍ୟା ସଚ୍ଚଦେବା ନାୟିକା ସାଜିଛନ୍ତି। ତେବେ, ପୁଅର ନୂଆ ଫିଲ୍ମ ଦେଖିବାକୁ ଅନୁଭବଙ୍କ ମାଆ ବେସ୍ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଥିଲା।

 

ଏହି ଫିଲ୍ମର ପ୍ରି-ରଜ ସେଲିବ୍ରେସନ ସୋମବାର ସ୍ଥାନୀୟ ଉତ୍କଳ କନିକା ଗ୍ୟାଲେରିଆଠାରେ ଅନୁଷ୍ଠିତ ହୋଇଯାଇଛି। ରଜ ପ୍ରି-ସେଲିବ୍ରେସନରେ କଣ୍ଠଶୀଳ୍ପିମାନେ ଫିଲ୍ମର ଗୀତଗୁଡିକୁ ଦର୍ଶକଙ୍କ ସାମ୍ନାରେ ପରିବେଷଣ କରିଥିଲେ। ତେବେ, ରଜ ଓଡ଼ିଆଙ୍କର ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ଏହି ସମୟରେ ଦର୍ଶକଙ୍କୁ ଏକ ଭଲ ଫିଲ୍ମ ଯୋଗାଇ ଦେବାକୁ ପ୍ରୟାସ କରିଥିବା ଅନୁଭବ କହିଛନ୍ତି। ଏହି ଚଳଚିତ୍ରଟି ଜୁନ ୨ ତାରିଖରେ ରିଲିଜ୍ ହେବାକୁ ଥିବାବେଳେ ମାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଏହି ଚଳଚିତ୍ରଟିର ରିଲିଜ୍ ଡେଟ୍ ଘୁଞ୍ଚାଇ ଦିଆଯାଇଥିଲା।