ନିଜ ସ୍ୱାସ୍ଥ୍ୟକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ସାଂସଦ ଅନୁଭବ ମହାନ୍ତି, ଏହି ଗମ୍ଭୀର ରୋଗରେ ଅଛନ୍ତି ପୀଡ଼ିତ, ଜାଣନ୍ତୁ

 
Anubhav mohanty

କେନ୍ଦ୍ରାପଡ଼ା ସାଂସଦ ତଥା ଓଡ଼ିଆ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ଅନୁଭବ ମହାନ୍ତି ପ୍ରାୟତଃ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ନିଜର ଫେସବୁକ ଏବଂ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେ ଜିମ କରୁଥିବାର ଏବଂ ନିଜର ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥାଏ। ତେବେ, ବାହାରୁ ଫିଟ ଦେଖାଯାଉଥିବା ଅନୁଭବ ବି କୌଣସି ପ୍ରକାର ରୋଗର ଶିକାର ହୋଇଥିବେ ତାହା ବିଶ୍ୱାସ କରିବା ସମ୍ଭବ ନୁହେଁ।

Anubhav

କିନ୍ତୁ, ଦୁର୍ଭାଗ୍ୟବଶତଃ ଏହା ସତ ଅଟେ। ଦୀର୍ଘଦିନ ହେବ ସେ ମଧୁମେୟ ରୋଗରେ ପୀଡିତ ବୋଲି ଖୋଦ୍ ଅନୁଭବ ପ୍ରକାଶ କରିଛନ୍ତି। ପ୍ରକୃତରେ ନଭେମ୍ବର ୧୪ ତାରିଖ ମଧୁମେୟ ଦିବସରେ ଅନୁଭବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କେତୋଟି ଫୋଟୋ ସହ ଏକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟରେ ସେ ଡାକ୍ତର ସିଦ୍ଧାର୍ଥ ଦାସଙ୍କୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଭଗବାନଙ୍କ ସହ ତୁଳନା କରିଥିବାର ଦେଖିବାକୁ ମିଳିଥିଲା।

Anubhav mohanty

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନୁଭବ ଗତ ୨୧ ବର୍ଷ ହେବ ମଧୁମେୟ ରୋଗରେ ପୀଡିତ ଅଟନ୍ତି। ଏଥିପାଇଁ ନିୟମିତ ବ୍ୟବଧାନରେ ତାଙ୍କୁ ଇଂସୁଲିନ୍ ନେବାକୁ ପଡିଥାଏ। ଡାକ୍ତର ସିଦ୍ଧାର୍ଥଙ୍କ ପରାମର୍ଶ ଏବଂ ଠିକ ଚିକିତ୍ସା ହେତୁ ହିଁ ସେ ମଧୁମେୟର ସଫଳ ମୁକାବିଲା କରି ପାରିଛନ୍ତି ବୋଲି ଅନୁଭବ କୁହନ୍ତି। ତେବେ, ଏହି ଖବର ଜାଣିବା ପରେ ଅନୁଭବଙ୍କ ଫ୍ୟାନ୍ସମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।