ଦେଖନ୍ତୁ ଭିଡ଼ିଓ: ଘର ତାଲା ପଡ଼ିବାକୁ ନେଇ ସାମ୍ନା-ସାମ୍ନି ହେଲେ ବର୍ଷା ଓ ଅନୁଭବ! ଭାଇରାଲ ହେଉଛି ଭିଡ଼ିଓ

 
Varsha anubhav

ପୁଣି ଚର୍ଚ୍ଚାର ପରିସରକୁ ଆସିଲେ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ। କୌଣସି କାରଣରୁ ନିଜ ଘର ବାହାରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଚାଲିଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓଟି ଅନୁଭବଙ୍କ ଘର ବାହାରେ ଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଥିବା ଜଣାପଡ଼ିଛି।

Anubhab

ଭାଇରାଲ ହେଉଥିବା ଭିଡ଼ିଓରେ ବର୍ଷା ଅନୁଭବଙ୍କୁ କିଛି କହୁଥିବା ବେଳେ ସେ କଣ କହୁଛନ୍ତି ତାହା ସ୍ପଷ୍ଟ ଭାବରେ ଶୁଣାଯାଉନାହିଁ। ତଥାପି ଘର ଗେଟ୍ ତାଲା ପଡ଼ିବାକୁ କେନ୍ଦ୍ରକରି ଉଭୟେ ସାମ୍ନା ସାମ୍ନି ହୋଇଥିବା ଜଣାପଡୁଛି। ଏଥିସହିତ ଅନୁଭବ ବର୍ଷାଙ୍କୁ ଆଇନ କଥା କହିବା ସହ ଚାବି ସାହାଯ୍ୟରେ ତାଲା ଖୋଳୁଥିବା ଦେଖିବାକୁ ମିଳୁଛି।

ବର୍ଷାଙ୍କ ପାଖରେ ଜଣେ ମହିଳା ଛିଡ଼ା ହୋଇଥିବା ବେଳେ ଅନୁଭବଙ୍କ ସହିତ ତାଙ୍କର ଜଣେ ପୁରୁଷ ବନ୍ଧୁ ଛିଡ଼ା ହୋଇଛନ୍ତି। ଏତିକି ବେଳେ,"ସନ୍ଧ୍ୟାବେଳଠାରୁ ଯିବା ପାଇଁ ଅପେକ୍ଷା କରିଛି କିନ୍ତୁ ମୁଁ ନିଜ ଘରକୁ ବି ଯାଇପାରୁନି। ଘରେ ଗୋଟିଏ ଚାବି ରହୁ, ଆଉ ମୁଁ ଯେତେବେଳେ ଚାହିଁବି ଘରକୁ ଯାଇପାରିବି" ବୋଲି ଅନୁଭବ କହୁଥିବା ଶୁଣିବାକୁ ମିଳୁଛି। ତେବେ, ଭିଡ଼ିଓଟି ବର୍ଷେ ତଳର ବୋଲି କୁହାଯାଉଛି। ଏହାକୁ ଅନୁଭବ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ତେବେ, ଏଥିନେଇ ବର୍ଷାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।