୧୫ ବର୍ଷର ସଂପର୍କ ପରେ କାହିଁକି ଅଲଗା ହେଲେ ଅମୀର୍ ଖାନ୍ ଓ କିରଣ ରାଓ? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

 
Amir kiran

ଦୀର୍ଘ ୧୫ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ଭାବରେ ସଂସାର କରିବା ପରେ ପରସ୍ପର ଠାରୁ ଅଲଗା ହେବାପାଇଁ ନିଷ୍ପତ୍ତି ନେଇଛନ୍ତି ଅଭନେତା ଆମିର ଖାଁ ଏବଂ ତାଙ୍କ ପତ୍ନୀ କିରଣ ରାଓ। କିନ୍ତୁ, ଷ୍ଟାର୍ ଦମ୍ପତ୍ତିଙ୍କର ଏଭଳି ଅଚାନକ ଛାଡପତ୍ର ନେବାର ନିଷ୍ପତ୍ତିକୁ ସହଜରେ ହଜମ କରିପାରିନାହାନ୍ତି ସେମାନଙ୍କ ଫ୍ୟାନ୍ ଏବଂ ଶୁଭଚିନ୍ତକ।

ଗଣମାଧ୍ୟମକୁ ଦେଇଥିବା ଏକ ଜଏଣ୍ଟ ଷ୍ଟେଟମେଣ୍ଟରେ ଆମିର ଏବଂ କିରଣ ଏହି ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ତେବେ ଏହି ନିଷ୍ପତ୍ତି ଉଭୟଙ୍କର ସହମତି ଦ୍ୱାରା ନିଆଯାଇଛି ଏବଂ ବର୍ତ୍ତମାନ ସମୟରେ ସେମାନେ ଅଲଗା ରହି ବେସ୍ ଖୁସି ଥିବା ପ୍ରକାଶ କରିଛନ୍ତି। 

ଏଥିସହିତ କୋ-ପ୍ୟାରେଣ୍ଟ ଭାବରେ ସେମାନେ ପୁଅ ଆଜାଦର ଦେଖାଶୁଣା ଏବଂ ଲାଳନପାଳନ କରିବେ ବୋଲି କହିଛନ୍ତି। ଚଳଚିତ୍ର ବ୍ୟତୀତ ଅନ୍ୟ ସମସ୍ତ ପ୍ରୋଜେକ୍ଟ ଗୁଡିକରେ ସେମାନେ ମିଳିତ ଭାବରେ କାମ କରିବେ ବୋଲି ମଧ୍ଯ ନିଷ୍ପତ୍ତି ନେଇଛନ୍ତି। ତେବେ ଉଭୟଙ୍କ ଅଲଗା ହେବା ପଛରେ ଅମୀର ଖାନଙ୍କ ଜୀବନରେ ଆଉ ଜଣେ ଅଭିନେତ୍ରୀ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୁପରହିଟ୍ ଚଳଚିତ୍ର 'ଲଗାନ'ର ଶୁଟିଂ ସମୟରେ ଆମିର ଏବଂ କିରଣ ଉଭୟଙ୍କୁ ଦେଖା ହୋଇଥିଲେ। ସେମାନେ ପରସ୍ପରକୁ ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ଡ଼େଟ୍ କରିବା ପରେ ବିବାହ କରିଥିଲେ। କିରଣ ଆମିରଙ୍କର ଆଜାଦ ନାମକ ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି।