ମୃତ ମହିଳାଙ୍କ ପାଇଁ କାନ୍ଦିଲେ ଅଲ୍ଲୁ ଅର୍ଜୁନ, ପକେଟରୁ ବାହାର କରି ଦେଲେ ଏତେ ଲକ୍ଷ ଟଙ୍କା
'ପୁଷ୍ପା-୨' ଫିଲ୍ମର ପ୍ରିମିୟର ବେଳେ ଗତ ୪ ତାରିଖରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ । ମୁଁ କଥା ଦେଉଛି କି ଏହିଭଳି ସମୟରେ ସେମାନେ ଏକା ନୁହନ୍ତି । ଏଭଳି ସମୟରେ ମୁଁ ସେମାନଙ୍କ ସହ ଅଛି ବୋଲି ଟ୍ବିଟ୍ କରି କହିଛନ୍ତି ଅଲ୍ଳୁ । ତେବେ ସବୁଠାରୁ ବଡ଼ କଥା ହେଉଛି ଅଭିନେତା ଅଲ୍ଲୁ ଅର୍ଜୁନ 'ପୁଷ୍ପା ୨'ର ପ୍ରିମିୟର ସୋ'ରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଅଭିନେତା କହିଛନ୍ତି ଯେ, ଶୋକସନ୍ତପ ପରିବାରକୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଏହି ଦୁଃଖଦ ସମୟରେ ସେମାନେ ଏକା ନାହାଁନ୍ତି ଓ ମୁଁ ବ୍ୟକ୍ତିଗତ ଭାବରେ ପରିବାରକୁ ଭେଟିବି । ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ନୂଆ ଚଳଚ୍ଚିତ୍ରର ପ୍ରିମିୟର ସୋ'ରେ ଏଠାରେ ଏକ ସିନେମା ହଲରେ ଭିଡ଼ ଜମିବା କାରଣରୁ ବୁଧବାର ଦିନ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ସେପଟେ ପୁଷ୍ପା-ଟୁ ପାଇଁ ଅଡୁଆରେ ପଡିଛନ୍ତି ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ । ଏହି ଦଳାଚକଟାକୁ ନେଇ ପୁଷ୍ପା ନାଁରେ ରୁଜୁ ହୋଇଛି ମାମଲା । ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ନେଇ ଅଲ୍ଲୁ ଅର୍ଜୁନ୍, କାର୍ଯ୍ୟକ୍ରମର ଆୟୋଜକ, ସିନେମା ହଲ୍ ମାଲିକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ ବିନା ଅନୁମତି ଓ ଆନୁସଙ୍ଗିକ ବ୍ୟବସ୍ଥା ନଥାଇ ପ୍ରିମିୟର୍ ଶୋ' ଏଠି ହୋଇଥିବା ଅଭିଯୋଗ ରହିଛି । ଫଳରେ ହଠାତ୍ ଏତେ ପରିମାଣର ଭିଡ଼ ଜମିଥିଲା।
ଏଥିରେ ଶ୍ୱାସରୁଦ୍ଧ ହୋଇ ୩୫ ବର୍ଷିୟା ରେବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୩ ବର୍ଷର ପୁଅ ଆହତ ହୋଇଛନ୍ତି । ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି? ପୋଲିସର ସୂଚନାନୁସାରେ, ଅଲ୍ଲୁ ଅର୍ଜୁନ ସୂଚନା ନଦେଇ ଥିଏଟରରେ ପହଞ୍ଚିଥିଲେ । ଏହି କାରଣରୁ ଦଳାଚକଟା ଘଟିଥିଲା ।