ଦେଖନ୍ତୁ ଭିଡ଼ିଓ: ମିଡିଆ ଉପରେ ରାଗିଯାଇ କାନ୍ଦି ପକେଇଲେ ଏୖଶ୍ୱର୍ଯ୍ୟା ରାୟ, କହିଲେ, ପ୍ଲିଜ ଷ୍ଟପ...ଆଉ ତାପରେ...

ନିକଟରେ ବଲିଉଡ ଅଭିନେତ୍ରୀ ଏୖଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ଭିଡିଓ ଇଣ୍ଟରନେଟରେ ଅଧିକ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏୖଶ୍ୱର୍ଯ୍ୟା ଶିଶୁଙ୍କର ଏକ ଇଭେଣ୍ଟରେ ନଜର ଆସିଛନ୍ତି | ଭିଡିଓରେ ଏୖଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ନଜର ଆସିଛନ୍ତି । ତେବେ ଏହି ପୁରୁଣା ଭିଡିଓରେ ଏୖଶ୍ୱର୍ଯ୍ୟା ରାୟ ମିଡିଆ ବ୍ୟକ୍ତିବିଶେଷଙ୍କ ଉପରେ ରାଗିଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅଭିନେତ୍ରୀ ମିଡିଆ ବ୍ୟକ୍ତିବିଶେଷଙ୍କ ଉପରେ କ୍ରୋଧିତ ହୋଇ ଚିତ୍କାର କରୁଛନ୍ତି । କ୍ରୋଧରେ କଥା ହେବ ସମୟରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା |
ଭିଡିଓରେ ଅଭିନେତ୍ରୀ ଏୖଶ୍ୱର୍ଯ୍ୟା ରାୟ ବଚ୍ଚନ କହୁଛନ୍ତି, "କିଛି ସମ୍ମାନ ଦେଖାନ୍ତୁ, ଆପଣଙ୍କ ସହ କ’ଣ ଭୁଲ୍ ଅଛି । ପିଲାମାନେ ଏଠାରେ ଅଛନ୍ତି । ଏହାକୁ ବନ୍ଦ କରନ୍ତୁ ।" ଭିଡିଓରେ ଛୋଟ ପିଲାମାନଙ୍କର କ୍ରନ୍ଦନ ମଧ୍ୟ ଶୁଣିବାକୁ ମିଳୁଛି । ମିଡିଆ ବ୍ୟକ୍ତିବିଶେଷଙ୍କୁ ଏସବୁ କହିବାବେଳେ ଏୖଶ୍ୱର୍ଯ୍ୟା ରାୟ ବଚ୍ଚନ ଆଖିରେ ଲୁହ ଆସିଯାଇଥିଲା । ଅଭିନେତ୍ରୀଙ୍କ ଏହି ପୁରୁଣା ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ 'ଡିଲକ୍ସ ବଲିଉଡ'ର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି ।