ପ୍ରଥମ ଥର ଲିପକିସ କରିବା ପରେ କଙ୍ଗନାଙ୍କ ଅବସ୍ଥା ହେଇଯାଇଥିଲା ଖରାପ, ଏହା ଦେଖି ପୁଅ କହିଥିଲା ଏମିତି କଥା

 
kangana kiss

ବଲିଉଡର ବହୁ ବିବାଦୀୟ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଅଭିନୟ ଏବଂ ସାହସିକ ବକ୍ତବ୍ୟ ପାଇଁ ଗଣମାଧ୍ୟମରେ ବହୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ସମୟରେ କଙ୍ଗନା ପୁଣିଥରେ ତାଙ୍କ ବିବୃତ୍ତି ପାଇଁ ଲୋକଙ୍କ ଟାର୍ଗେଟରେ ଆସିଛି । ଏବେ କଙ୍ଗନା ତାଙ୍କର ପ୍ରଥମ କିସ ର ଅନୁଭବ ବିଷୟରେ କହିଛନ୍ତି । ଏହା ସହିତ ସେ ପୁଣିଥରେ ଋତିକ ରୋଶନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି । ଆସନ୍ତୁ ବିସ୍ତୃତ ଭାବରେ ଜାଣିବା...

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

Kangana Ranaut

ଏକ ମିଡିଆ ରିପୋର୍ଟ ଅନୁଯାୟୀ, କଙ୍ଗନା ଏକ ୟୁଥ ଫେସ୍ଟରେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଥିଲେ । ଯେଉଁଥିରେ ପ୍ରଥମ କିସ, ରିଲେଶନଶିପ, କ୍ରଶ ଓ ଋତିକ ରୋଶନଙ୍କ ସହ କନ୍ଟ୍ରୋବର୍ସୀ ସମ୍ବନ୍ଧୀୟ ପ୍ରଶ୍ନ ଅନ୍ତର୍ଭୁକ୍ତ । ସେ କହିଥିଲେ, 'ମୁଁ ପ୍ରଥମେ ମୋ ହାତରେ ଚୁମ୍ବନ ଅଭ୍ୟାସ କଲି । ଲୋକଙ୍କ ପାଇଁ ପ୍ରଥମ ଚୁମ୍ବନ ଯାଦୁକର, କିନ୍ତୁ ମୋ ପାଇଁ ସେପରି କିଛି ନଥିଲା । ମୋର ପ୍ରଥମ ଚୁମ୍ବନ ଅଦ୍ଭୁତ ଥିଲା ଏବଂ ମୋର ପ୍ରଥମ ଚୁମ୍ବନ ଖରାପ ଥିଲା । ମୁଁ ଫ୍ରିଜ ହୋଇ ଯାଇଥିଲି ଓ ହଲି ପାରୁ ନ ଥିଲି । ତା’ପରେ  ସେଇ ପୁଅ ମୋତେ କହିଥିଲା କି ଅଳ୍ପ ମୁହଁ ବୁଲାଅ ।'

କଙ୍ଗନା ଆହୁରି କହିଛନ୍ତି ଯେ ମୋର ପ୍ରଥମ କ୍ରସ୍ ମୋର ଶ୍ରେଣୀ ଶିକ୍ଷକ ଥିଲା । ସେତେବେଳେ କଙ୍ଗନା କେବଳ 9ମ ଶ୍ରେଣୀରେ ପଢୁଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ସମୟରେ ଗୀତ ‘ଚାଁଦ ଛୁପା ବଦଲ ମେଂ’ ମୁକ୍ତିଲାଭ କରିଥିଲା । ସେତେବେଳେ ମୁଁ ଏକ ଓଢଣି କିଣିଥିଲି ଏବଂ ଶିକ୍ଷକଙ୍କ ବିଷୟରେ କଳ୍ପନା କରୁଥିଲି ।

କଙ୍ଗନାଙ୍କ ଅନୁଯାୟୀ, ଯେତେବେଳେ ଆପଣ ଯୁବ ଅବସ୍ଥାରେ ଥାଆନ୍ତି ସେତେବେଳେ ଆପଣଙ୍କ ହୃଦୟ ଟିଚରମାନଙ୍କ ପାଇଁ ସ୍ପନ୍ଦନ କରୁଥାଏ । କାରଣ ପୁଅମାନେ 15 ବର୍ଷ ବୟସରେ ପୁଅମାନଙ୍କ ନିଶ ବି ଆସି ନ ଥାଏ । ଏହି କାରଣରୁ ଆପଣ ଶିକ୍ଷକଙ୍କୁ ପସନ୍ଦ କରିବା ଆରମ୍ଭ କରନ୍ତି ।

ଏହା ପରେ ସେ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଆଲୋଚନା କରିଥିଲେ । ସେ କହିଥିଲେ ଯେ ଯେତେବେଳେ ମୁଁ ଚଣ୍ଡିଗଡ଼ରେ ଥିଲି, ସେତେବେଳେ ମୁଁ ଜଣେ ପଞ୍ଜାବୀ ବାଳକକୁ ଭଲ ପାଉଥିଲି । ମୋର ସାଙ୍ଗ ସେହି ପୁଅକୁ ଡେଟ କରୁଥିଲେ । ଯାହା ପରେ ମୁଁ ମଧ୍ୟ ସେହି ପୁଅର ବନ୍ଧୁ ହୋଇଗଲି ।

ଯେତେବେଳେ ପିଲାଟି ମୋତେ ଦେଖିଲା ସେ କହିଲା ତୁମେ ବହୁତ ଛୋଟ ଏବଂ ଏହା ଶୁଣି ମୋର ହୃଦୟ ଭାଙ୍ଗିଗଲା । ମୋତେ ଲାଗିଲା କି ମୁଁ ବହୁତ ଆକ୍ରମକ ପ୍ରେମିକା ଅଟେ । ସେହି ସମୟରେ ମୁଁ କେବଳ 17-18 ବର୍ଷର ଥିଲି ଓ ପୁଅ 28 ବର୍ଷର ଥିଲା ।

ଋତିକ ରୋଶନଙ୍କ ସହ ବିବାଦ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ କଙ୍ଗନା ଦେଇଛନ୍ତି । ଦିନେ ଯଦି ଆପଣ ଋତିକ ରୋଶନ ହୋଇ ସକାଳୁ ଉଠିବେ ତେବେ ଆପଣ କଣ କରିବେ ? ଏହାର ଜବାବରେ କଙ୍ଗନା କହିଲେ କି, ଯାହା ବି ମଝିରେ ହୋଇଛି, ଏହା ପରେ ତ ମୁଁ ଋତିକ ରୋଶନ ହୋଇ ଉଠିବି ତେବେ ମୁଁ ସିଧା କଙ୍ଗନାଙ୍କୁ ଫୋନ କରିବି ଓ କହିବି କି ମୁଁ ତୁମ ସହିତ ଭୁଲ କରିଛି, ମୋତେ କ୍ଷମା କରି ଦିଅ ।