ବହୁ ବର୍ଷ ପରେ ହେଲା ଖୁଲାସା, ଜାଣନ୍ତୁ ଅମିତାଭ-ରେଖାଙ୍କ ମଧ୍ୟରେ ସମ୍ପର୍କ କିପରି ଥିଲା
ବଲିଉଡ ବିଗ ବି ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ରେଖା ଯାହାକୁ ଲୋକେ ଆଜି ବି ମନେରଖିଛନ୍ତି। ଏମିତି ଏକ ସମୟ ଥିଲା ଯେତେବେଳେ ବଡ ପରଦାରେ ସବୁଠାରୁ ଗ୍ଲାମର୍ସ ଅନ ସ୍କ୍ରିନ ଯୋଡି ମଧ୍ୟରୁ ଗୋଟିଏ ଥିଲା ଅମିତାଭ ଓ ରେଖାଙ୍କ ଯୋଡି। ବିଗ୍ ବି ଓ ରେଖାଙ୍କ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ ଥିଲା। ଉଭୟ ପରସ୍ପରକୁ ପ୍ରେମ କରୁଥିଲେ ବି ବିବାହ ବନ୍ଧନରେ ବାନ୍ଧି ହୋଇପାରିନଥିଲେ।
ଅମିତାଭ ବଚ୍ଚନ ଜୟା ବଚ୍ଚନଙ୍କୁ ବିବାହ କଲେ ଓ ଘର ପରିବାର ସହ ଖୁସିରେ ଜୀବନ କାଟୁଛନ୍ତି। କିନ୍ତୁ ରେଖା ନିଜ ଜୀବନରେ ଏକା ରହିଗଲେ। ଆଜି ବି ରେଖା ଅମିତାଭର ପ୍ରଶଂସା କରନ୍ତି। ଆଜି ବି ଉଭୟଙ୍କ ସମ୍ପର୍କର ସମାଧାନ ହୋଇପାରିନାହିଁ। ଏକ ଇଣ୍ଟରଭ୍ୟୁରେ ରେଖା କହିଥିଲେ, "ମୋତେ ଲାଗୁଛି ମୁଁ କଣ ଚାହୁଁଚି ତାକୁ ନେଇ କାହାକୁ କିଛି ଫରକ ପଡୁନି।
ସେ ନାଁ ନ ନେଇ ଜୟା ବଚ୍ଚନଙ୍କୁ ଟାର୍ଗେଟ କରି କହିଥିଲେ ଆଉ ଜଣେ ନିରୀହ ଭଳି ଅଛନ୍ତି। ଜଣେ ଏସବୁ ଜାଣିବା ସତ୍ତ୍ୱେ ଗୋଟିଏ ଛାତ ତଳେ କିଭଳି ରହିପାରେ। ସେ ବି ଭଲ ଭାବେ ଜାଣିଛନ୍ତି ଯେ ସେ ଆଉ ଜଣକୁ ଭଲପାଏ। ଆମେ ଯଦି ପରସ୍ପରକୁ ପ୍ରେମ କରୁଛୁ ତ କରୁଛୁ। ତାକୁ ନେଇ କିଏ କଣ ଭାବୁଛି ମୋତେ ସେଥିରୁ କିଛି ଫରକ ପଡ଼େନି। ଅମିତାଭ ନିଜ ପତ୍ନୀ ଓ ପୁଅଝିଅଙ୍କ ସୁରକ୍ଷା ପାଇଁ ଏସବୁ କରୁଛନ୍ତି, ବହୁତ ଭଲ କଥା। "
ସେ କହିଛନ୍ତି ତାଙ୍କର କାହା ସହ କିଛି ମତଲବ ନାହିଁ କି ତାଙ୍କୁ ଲୋକଙ୍କ କୋଉ କଥା ଚିନ୍ତିତ କରେନି। ତାଙ୍କ ପ୍ରେମ ତାଙ୍କ ଯାଏଁ ସୀମିତ, ଏହା କାହାକୁ ଦେଖାଇବା ପାଇଁ ନାହିଁ ବୋଲି ରେଖା କହିଛନ୍ତି। ସେ ଅମିତାଭଙ୍କୁ ପ୍ରେମ କରନ୍ତି ଓ ଅମିତାଭ ତାଙ୍କୁ। ଲୋକେ କୁହନ୍ତି ବିଚାରି ରେଖା ପାଗଳ। କିନ୍ତୁ ଲୋକଙ୍କ କଥାରେ ତାଙ୍କର କିଛି ଯାଏ ଆସେ ନାହିଁ ବୋଲି ସେ କହିଛନ୍ତି।