ସର୍ବସମ୍ମୁଖରେ ମଦର ପ୍ରଚାର କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର? ମଦ ବୋତଲକୁ ନେଇ କହିଲେ ଏହି ବଡ କଥା

ମଦ୍ୟପାନ ପାଇଁ କେତେ କେତେ ଲୋକଙ୍କ ଜୀବନ ଯାଉଛି ଏଇ ମଦ ଅନେକ ଘର ସଂସାରକୁ ଉଜାଡି ଦେଉଛି। ତେବେ ଏହି ମଦକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ମଦ କମ୍ପାନୀ ମ୍ୟାକ୍ ଡୋଲସ୍ ନଂ୧ ର ମଦର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି କମ୍ପାନୀର ପ୍ରଚାର କରୁଥିବାର ଦେଖିବାକୁ ମିଳିଛି। ନିଜ ସୋସିଆଲ୍ ମିଡିଆରେ ସେ ଏକ ଫଟୋ ସେଆର କରିଛନ୍ତି ଯେଉଁଥିରେ ସେ ଓ ତାଙ୍କ ବନ୍ଧୁ
 
ସର୍ବସମ୍ମୁଖରେ ମଦର ପ୍ରଚାର କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର? ମଦ ବୋତଲକୁ ନେଇ କହିଲେ ଏହି ବଡ କଥା

ମଦ୍ୟପାନ ପାଇଁ କେତେ କେତେ ଲୋକଙ୍କ ଜୀବନ ଯାଉଛି ଏଇ ମଦ ଅନେକ ଘର ସଂସାରକୁ ଉଜାଡି ଦେଉଛି। ତେବେ ଏହି ମଦକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ମଦ କମ୍ପାନୀ ମ୍ୟାକ୍‌ ଡୋଲସ୍‌ ନଂ୧ ର ମଦର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି କମ୍ପାନୀର ପ୍ରଚାର କରୁଥିବାର ଦେଖିବାକୁ ମିଳିଛି। ନିଜ ସୋସିଆଲ୍ ମିଡିଆରେ ସେ ଏକ ଫଟୋ ସେଆର କରିଛନ୍ତି ଯେଉଁଥିରେ ସେ ଓ ତାଙ୍କ ବନ୍ଧୁ ସହ ମଦ ବୋତଲ ଓ ଗ୍ଲାସ ରହିଥିବା ଦେଖିବାକୁ ମିଳୁଛି।

ସର୍ବସମ୍ମୁଖରେ ମଦର ପ୍ରଚାର କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର? ମଦ ବୋତଲକୁ ନେଇ କହିଲେ ଏହି ବଡ କଥା

ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି- “ଯଦିଓ ଆମେ ଉଭୟଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ସମାଧାନ କରିପାରିବାନି ତଥାପି ଆମେ ସମସ୍ୟା ସମୟରେ ପରସ୍ପର ସହ ରହି ତାକୁ ସାମ୍ନା କରିବାକୁ ପରସ୍ପରକୁ ସାହାସ ଯୋଗାଇପାରିବା। ମୋ ମତରେ ପ୍ରକୃତ ବନ୍ଧୁତାର ଏହି ଲକ୍ଷ ହେବା ଦରକାର। ସମତୁଲ, ସୁକ୍ଷ୍ମ ଏବଂ ସମୃଦ୍ଧ ଯେମିତି ମ୍ୟାକ୍‌ ଡୋଲସ୍‌ ନଂ୧”। ତେବେ ପ୍ରକୃତି ମଦର ଏହି ବ୍ରାଣ୍ଡ ପାଇଁ ପ୍ରମୋସନ୍‌ କରୁଛନ୍ତି ନା ନିଜ ଆଡୁ ସେମିତି ଲେଖିଛନ୍ତି, ତାହା ଜଣାପଡିନାହିଁ। ତେବେ ପ୍ରକୃତିଙ୍କ ଏଭଳି ମଦ ଫଟୋକୁ ନେଇ ଲୋକମାନେ ପ୍ରକୃତିଙ୍କ ସହ ତାଙ୍କ ବାପା ମନ୍ମଥ ମିଶ୍ରଙ୍କର ମଧ୍ୟ ସମାଲୋଚନା କରିଛନ୍ତି।

ପ୍ରକୃତିଙ୍କ ଏହା ପ୍ରକୃତି ଛଡା କାମ କହି ଲୋକେ ଟ୍ରଲ୍ କରିଛନ୍ତି। କମେଣ୍ଟରେ କିଛି ଲୋକ କହିଛନ୍ତି ‘ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହୋଇ ସର୍ବସମ୍ମୁଖରେ ଏମିତି ମଦର ପ୍ରଚାର କରିବା ଠିକ୍ ନୁହେଁ’। ବାପା ମନ୍ମଥ ମିଶ୍ରଙ୍କୁ ନେଇ କିଛି ଲୋକ କହିଛନ୍ତି ଯେ ‘ପ୍ରକୃତିଙ୍କର ବାପା ଭଜନ ଗାଉଛନ୍ତି ଆଉ ଝିଅ ମଦର ପ୍ରଚାର କରୁଛନ୍ତି ବୋଲି କହିଛନ୍ତି। ବାପା ମନ୍ମଥ ମିଶ୍ରଙ୍କର ନାଁ ପକେଇଦେଲେ ପ୍ରକୃତି’। ତେବେ ଏନେଇ ପ୍ରକୃତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।