ଅଭିନେତ୍ରୀ ପୁନମ୍ ପାଣ୍ଡେ ଗିରଫ, ଗୋଆ ବିଚ୍ ରେ ସମସ୍ତଙ୍କ ସାମ୍ନାରେ କରୁଥିଲେ ଏହି ଅଶ୍ଳୀଳ କାମ

 
ଅଭିନେତ୍ରୀ ପୁନମ୍ ପାଣ୍ଡେ ଗିରଫ, ଗୋଆ ବିଚ୍ ରେ ସମସ୍ତଙ୍କ ସାମ୍ନାରେ କରୁଥିଲେ ଏହି ଅଶ୍ଳୀଳ କାମ

ଅନେକ ସମୟରେ ବିବାଦ ଲାଗି ରହିଥିବା ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ଗୋଆ ପୋଲିସ ଗିରଫ କରିଛି। ଗୋଆ ପୋଲିସ ଗୁରୁବାର ଦିନ ପୁନମ ପାଣ୍ଡେଙ୍କୁ ଗିରଫ କରିଛି। ପୁନମ୍ ପାଣ୍ଡେଙ୍କୁ ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଭିଡିଓ ସୁଟ୍ କରିଥିବା ଅଭିଯୋଗ ହୋଇଥିଲା ଏବଂ ଗୋଆ ଫରୱାର୍ଡର ମହିଳା ୱିଙ୍ଗ୍ସ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏଫଆଇଆର ପଞ୍ଜୀକୃତ ହେବା ପରେ ତାଙ୍କୁ ଆଜି ଗୋଆ ପୋଲିସ ଗିରଫ କରିଛି।


ବୁଧବାର ଗୋଆ ଫରୱାର୍ଡ ପାର୍ଟିର ମହିଳା ୱିଙ୍ଗ୍ସ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ପୁନମ ପାଣ୍ଡେଙ୍କ ବିରୋଧରେ ଦାଖଲ ହୋଇଥିବା ଅଭିଯୋଗରେ ସେ ଗୋଆର ଚାମ୍ପୋଲି ଡ୍ୟାମରେ ଅଶ୍ଳୀଳ ଡ୍ରେସଲେସ୍ ଭିଡିଓ ସୁଟିଂ କରୁଥିବା କୁହାଯାଇଥିଲା। ଏହା ବ୍ୟତୀତ ପୁନମ ପାଣ୍ଡେଙ୍କ ଅଶ୍ଳୀଳ ଭିଡିଓ ସୁଟିଂ ସମ୍ପର୍କରେ ଜଣେ ଅଜ୍ଞାତ ବ୍ୟକ୍ତି କାନାକୋନା ପୋଲିସ ଷ୍ଟେସନରେ ଅଭିଯୋଗ ମଧ୍ୟ କରିଥିଲେ।

ତେବେ ପୁନମ୍ ପାଣ୍ଡେ ବିବାଦରେ ଥିବାବେଳେ ଏହା ଏକ ନୂଆ ମାମଲା ନୁହେଁ।  ଏହାପୂର୍ବରୁ ସେ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କ ବିରୋଧରେ ନିର୍ଯାତନା ତଥା ଯୌନ ଶୋଷଣ ମାମଲା ଦାୟର କରିଥିଲେ। ମାମଲା ପଞ୍ଜିକରଣର କିଛି ଦିନ ପରେ ସେ ଭିଡିଓ ସୁଟ୍ କରି କହିଥିଲେ ଯେ ବର୍ତ୍ତମାନ ସବୁ ଠିକ୍ ଅଛି। କରୋନା ଭାଇରସ୍ କାରଣରୁ ଲଗାଯାଇଥିବା ଲକଡାଉନ ସମୟରେ ପୁନମ୍ ପାଣ୍ଡେ ଏବଂ ସାମ ବମ୍ବେଙ୍କୁ ଗିରଫ କରାଯାଇଥିଲା। ପୁନମ୍ ପାଣ୍ଡେ ଅନେକ ସମୟରେ ନିଜ ଅଶ୍ଳୀଳ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସେଆର୍ କରନ୍ତି।