ଦେଖନ୍ତୁ ଭାଇରାଲ ଭିଡ଼ିଓ: କାଟୁଥିଲେ କେକ୍, ଏମିତି ଭାବରେ ହଠାତ ଅଭିନେତ୍ରୀଙ୍କ କେଶ ରେ ଲାଗିଗଲା ନିଆଁ

 
nicolos

ଆଜି କାଲି ଜନ୍ମଦନ ପାଳିବା କେବଳ ଉତ୍ସବ ନୁହଁ ବରଂ ଫେସନ ପାଲଟି ଗଲାଣି । ମାତ୍ର ଏମିତି ଭାବରେ କେକ୍‌ କାଟିବା ଜଣେ ଆମେରିକାନ୍‌ ଅଭିନେତ୍ରୀଙ୍କୁ ମହଙ୍ଗା ପଡିଛି। ସୂଚନା ମୁତାବକ ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ତଥା ଟିଭି ଷ୍ଟାର୍‌ ନିକୋଲ ରିଚି କେକ୍ କାଟୁଥିବା ସମୟରେ କ୍ୟାଣ୍ଡଲରୁ ତାଙ୍କ ଚୁଟିରେ ନିଆଁ ଲାଗିଯାଇଥିଲା ।

nocole

ତାଙ୍କ କେଶ ଜଳିବା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଇଚି  । ନିକୋଲ ରିଚି ତାଙ୍କର ୪୦ ତମ ଜନ୍ମଦିନ ପାଳନ କରିଛନ୍ତି । ଚୁଟିରେ ନିଆଁ ଲାଗିବା ପରେ ପାଖରେ ଉପସ୍ଥିତ ଥିବା ସାଙ୍ଗମାନେ ବଡ଼ ଅଘଟଣ ହେବାକୁ ଦେଇ ନଥିଲେ ଏବଂ ନିଆଁକୁ ଲିଭାଇ ଦେଇଥିଲେ ।

ଅଭିନେତ୍ରୀ ନିକୋଲ ବର୍ତମାନ ସମ୍ପୂର୍ଣ ଭାବରେ ସୁସ୍ଥ ଅଛନ୍ତି । ସେ ନିଜେ ଏହି ଦୁର୍ଘଟଣର ଭିଡିଓକୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ ପୋଷ୍ଟ କରିବା ସହିତ କହିଛନ୍ତି, ‘ମୋ ୪୦ ତମ ଜନ୍ମ ଦିନ ନିଆଁ ଲଗାଇ ଦେଇଛି।’