ରସଗୋଲାକୁ ନେଇ ବିବାଦରେ ଅଭିନେତ୍ରୀ ଝିଲିକ୍, ଆମି କୋଲକାତା ରସଗୁଲ୍ଲା ସହ କହିଲେ ଏମିତି କଥା, ଦେଖନ୍ତୁ ଭିଡ଼ିଓ

 
Jhilik

ରସଗୋଲାକୁ ନେଇ ଅଡୁଆରେ ଓଡ଼ିଆ ଅଭିନେତ୍ରୀ ଝିଲିକ୍ ଭଟଚାର୍ଯ୍ୟ। କଥାଟି ଶୁଣି ଆପଣ ନିଶ୍ଚିତ ଭାବୁଥିବେ ଯେ ସାମାନ୍ୟ ରସଗୋଲାକୁ ନେଇ ଝିଲିକ୍ କେମିତି ଅଡୁଆରେ ପଡିଲେ। ପ୍ରକୃତରେ କିଛି ଦିନ ତଳେ ଝିଲିକ ତାଙ୍କର ସୋସିଆଲ ମିଡିଆ ଅକାଉଣ୍ଟ ଦ୍ୱାରା ଏକ ଭିଡ଼ିଓ ସେୟାର କରିଥିଲେ ଯେଉଁଥିରେ ସେ ରସଗୋଲା ଖାଇବା ସହିତ ପୃଷ୍ଠଭୂମିରେ "ଆମୀ କୋଲକାତା ରସଗୋଲା" ଗୀତ ବାଜୁଥିବାର ଦେଖିବାକୁ ମିଳୁଛି।

Jhilik

ଭାଇରାଲ ହେଉଥିବା ଭିଡ଼ିଓରେ ନିର୍ଦେଶକ ସଞ୍ଜୟ ନାୟକ ଏବଂ ଝିଲିକ ଦୁହେଁ ପାଖାପାଖି ବସିଥିବା ଦେଖିବାକୁ ମିଳୁଛି। ଏହା ପରେ ଭିକ୍କି ମିଶ୍ର ଏକ ରସଗୋଲା ଡବା ନେଇ ଆସୁଛନ୍ତି। ପୃଷ୍ଠଭୂମିରେ "ଆମୀ କୋଲକାତା ରସଗୋଲା" ଗୀତ ମଧ୍ୟ ବାଜୁଥିବାର ଶୁଣିବାକୁ ମିଳୁଛି। ତେବେ, କୋଲକାତା ରସଗୋଲା ନାଁ ଶୁଣିବା ପରେ ଝିଲିକଙ୍କୁ ଏବେ ଟ୍ରୋଲ କରୁଛନ୍ତି ଓଡ଼ିଆ ଲୋକେ।

Caption

ଏହି ଭିଡ଼ିଓଟି ସହିତ ନିଜ ଇଂଷ୍ଟାଗ୍ରାମ ପୋଷ୍ଟରେ ଝିଲିକ ଲେଖିଥିଲେ ଯେ,"ଆମୀ କୋଲକାତାର ରସଗୋଲା ଛିଲାମ୍,ଏବେ ଓଡ଼ିଶାର ରସଗୋଲା ହେଲି"। କିନ୍ତୁ, ଏହା ସତ୍ତ୍ୱେ ତାଙ୍କୁ ଖୁବ ଟ୍ରୋଲ କରାଯାଉଛି। ଭିଡ଼ିଓର କମେଣ୍ଟ ବକ୍ସରେ "ଜୟ ଜଗନ୍ନାଥ ରସଗୋଲା ଆମର" ବୋଲି ଅନେକ ୟୁଜର୍ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଭିଡ଼ିଓ:-