ଦେଖନ୍ତୁ ଭିଡ଼ିଓ: ‘ଏ ଜୀବନ ମତେ ଭଲ ଲାଗୁନି’ ଶିବରାତ୍ରିରେ ନିଜ ମୃତ୍ୟୁକୁ ଡାକିଲେ ପିଣ୍ଟୁ ନନ୍ଦ କହିଲେ ମୁଁ ଆଉ ବଞ୍ଚିବାକୁ ଚାହୁଁନି

 
Pintu Nanda

ୟାକୁ କ’ଣ କୁହନ୍ତି ଜୀବନ । ଏମିତି ବଞ୍ଚିବା ଅପେକ୍ଷା ମୃତ୍ୟୁ ଆହୁରି ଭଲ । କିଏ ମୋ ପାଇଁ ଭିକ ମାଗୁଛି, ତ ଆଉ କିଏ ଭିନ୍ନ ଭିନ୍ନ ଉପାୟରେ ଅର୍ଥ ଯୋଗାଡ କରୁଛି । ଏମିତି ଭିକ ମାଗିଲେ କ’ଣ ମୋ ଜୀବନ ବଞ୍ଚିଯିବ। କିନ୍ତୁ ଆଶା କରୁଛି ଆପଣମାନେ ମତେ ଆଶିର୍ବାଦ କରନ୍ତୁ, ମୁଁ ବଞ୍ଚିଯାଏ । ମୃତ୍ୟୁକୁ ଅତି ନିକଟରୁ ଦେଖୁଥିବା ଇଏ ହେଉଛି ଅଭିନେତା ପିଣ୍ଟୁ ନନ୍ଦଙ୍କ କଥା ।

jgj

ଏବେ ରାଜଧାନୀ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପିଣ୍ଟୁ ନନ୍ଦ । ଯାହାକି ଆପଣ ଜାଣିଛନ୍ତି, ପିଣ୍ଟୁ ନନ୍ଦ ବର୍ତ୍ତମାନ ଲିଭର ସିରୋସିସ ରୋଗରେ ପୀଡିତ । ଯାହାକୁ ଚିକିତ୍ସା କରି ଭଲ କରିବା ବହୁତ କଷ୍ଟକର । ଶେଷ ଅସ୍ତ୍ର ହେଉଛି ଲିଭର ଟାନ୍ସପ୍ଲାଣ୍ଟ । କିନ୍ତୁ ଏଥିପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯାହାକୁ ଯୋଗାଡ କରିବା ପିଣ୍ଟୁଙ୍କ ପକ୍ଷେ ଆଦୌ ସମ୍ଭବପର ନୁହେଁ ।

hg

ତାଙ୍କ ସାଥି ତଥା ସହ କଳାକାରମାନେ ପିଣ୍ଟୁଙ୍କ ଜୀବନ ରକ୍ଷା କରିବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଦର୍ଶକଙ୍କ ଭଲପାଇବାକୁ କେନ୍ଦ୍ର କରି ଟଙ୍କା ଯୋଗାଡିବାକୁ ବ୍ୟବସ୍ଥା ମଧ୍ୟ କରୁଛନ୍ତି । କିନ୍ତୁ ପବିତ୍ର ଶିବରାତ୍ରୀରେ ପିଣ୍ଟୁଙ୍କ ଏହି ବିବୃତ୍ତି ଏବେ ଭାଇରାଲ ହେଉଛି ।  ଯେଉଁଥିରେ ମୃତ୍ୟୁ ଭିକ୍ଷା କରୁଛନ୍ତି ପିଣ୍ଟୁ ନନ୍ଦ । କହିଛନ୍ତି ଏମିତି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ । ସାଥୀ କଳାକାରଙ୍କ ସହାୟତା ମାଗିବା ପ୍ରସଙ୍ଗକୁ ନେଇ ଦୁଃଖିତ ହୋଇଛନ୍ତି ନିଜେ ପିଣ୍ଟୁ ନନ୍ଦ ।

ଏଭଳି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ । ମୋ ପାଇଁ କିଏ ଭିକ ମାଗୁଛି ତ, କିଏ ଅନ୍ୟ ଉପାୟରେ ଅର୍ଥ ଯୋଗାଡ଼ କରୁଛି । ମୋତେ ନେଇ ରାଜନୀତି ବି ହେଉଛି । ମୋତେ ସେଭଳି ଜୀବନ ଦରକାର ନାହିଁ । ମୋ ନାଁରେ ଯେଉଁଭଳି ଭାବେ ଅପପ୍ରଚାର କରାଯାଉଛି ସେ ଦୃଶ୍ଯ ଆଉ ମୋ ପାଇଁ ଦେଖିବା ସମ୍ଭବ ନୁହେଁ । ଏମିତି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ, ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପିଣ୍ଟୁ ନନ୍ଦ । ପିଣ୍ଟୁଙ୍କ ଏହି କଥା ଶୁଣି ଆମକୁ ମଧ୍ୟ ଦୁଃଖ ଲାଗୁଛି । କିନ୍ତୁ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ ସେ ଭଲ ହୋଇଯାଆନ୍ତୁ ।