ଜେଲରୁ ମୁକୁଳିଲେ ଅଭିଷେକ୍ ବଚ୍ଚନ, ଜେଲରୁ ବାହାରିବା ପରେ ବହୁ ସଂଖ୍ୟା ରେ ମିଳିଲା ଜନ ସମର୍ଥନ, ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଫଟୋ

 
ଜେଲରୁ ମୁକୁଳିଲେ ଅଭିଷେକ୍ ବଚ୍ଚନ, ଜେଲରୁ ବାହାରିବା ପରେ ବହୁ ସଂଖ୍ୟା ରେ ମିଳିଲା ଜନ ସମର୍ଥନ, ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ଫଟୋ

ଚଳଚ୍ଚିତ୍ର ଅଭିନେତା ଅଭିଷେକ ବଚ୍ଚନ ଶନିବାର ଜେଲରୁ ମୁକୁଳିଛନ୍ତି। ସେ ଆଗ୍ରାସ୍ଥିତ ସେଣ୍ଟ୍ରାଲ୍ ଜେଲ୍ ଆଗ୍ରାରୁ ବାହାରକୁ ଆସିବା ମାତ୍ରେ ସେଠାରେ ଉପସ୍ଥିତ ଜନତା ତାଙ୍କ ନାଁ ରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ, ଏବଂ ଏହାପରେ କୌଣସି ନେତାଙ୍କ ପରି ଅଭିଷେକ ବଚ୍ଚନ ମଧ୍ୟ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ।

ତେବେ ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ କେତେବେଳେ ଅଭିଷେକ ବଚ୍ଚନ ଜେଲ ଯାଇଥିଲେ ଏବଂ କାହିଁକି?  ପ୍ରକୃତରେ ଏହି ଦୃଶ୍ୟ ତାଙ୍କ ଆଗାମୀ ଚଳଚ୍ଚିତ୍ର "ଦଶଭି"ର ସୁଟିଂ ପାଇଁ ଥିଲା, ଯେଉଁଥିରେ ସେ ଜଣେ ନେତା ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ।

ପ୍ରକୃତରେ ଅଭିଷେକ ବଚ୍ଚନ ଏବଂ ୟାମି ଗୌତମ ଷ୍ଟାରର ମୁଭି "ଦାସଭି" ର ଶୁଟିଂ ବର୍ତ୍ତମାନ ଆଗ୍ରାଠାରେ ଚାଲିଛି। ଏହି ଚଳଚ୍ଚିତ୍ରରେ ଅଭିଷେକ ଜଣେ  ରାଜନେତା ଗଙ୍ଗାରାମ ଚୌଧୁରୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଚଳଚିତ୍ର ରେ, ଆଗ୍ରାର ସେଣ୍ଟ୍ରାଲ ଜେଲ ବାହାରେ ଅଭିଷେକଙ୍କର ଜେଲରୁ ମୁକ୍ତ ହେବାର ଦୃଶ୍ୟ ଶନିବାର ଦିନ ସୁଟିଂ କରାଯାଇଥିଲା।

ନେତା ଗଙ୍ଗରାମ ଚୌଧୁରୀ ଭୂମିକାରେ ଅଭିଷେକ ବଚ୍ଚନ ଜେଲରୁ ବାହାରିବା ମାତ୍ରେ ସେଠାରେ ଲୋକମାନେ ଗଙ୍ଗାରାମ ଚୌଧୁରୀ ଜିନ୍ଦବାଦ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ନେତା ସାଜିଥିବା ଅଭିଷେକ ତାଙ୍କ ସମର୍ଥକଙ୍କ ହାତରେ ହାତ ମିଳାଇ ଅଭିବାଦନ ଜଣାଇଲେ।