ଦେଖନ୍ତୁ ଭିଡିଓ: ସଲମାନ୍ ଓ ସୋନାକ୍ଷୀଙ୍କ ସହ ପାଦରେ ପାଦ ମିଳାଇ ନାଚିଲେ ମମତା ବାନାର୍ଜୀ

 
Mamta Banerjee

ନାଚିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଳରେ ତାଳ ମିଶାଇ ସଲମାନ୍ ଖାନ୍ ଙ୍କ ସହିତ ନାଚିଲେ ମମତା ବାନାର୍ଜୀ । ଭିଡିଓ ହେଲା ଭାଇରାଲ୍ । ଲୋକେ କଲେ ବେଶ୍ ପସନ୍ଦ ।

Salman mamta

ଗତ ଡ଼ିସେମ୍ବର ୫ ତାରିଖରେ ପ୍ରତି ବର୍ଷ ଭଳି କୋଲକାତା ଇଣ୍ଟର ନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲର ଶୁଭାରମ୍ଭ ହୋଇ ସାରିଛି । ଏହି ଉଦଘାଟନୀ ସମାରୋହରେ ସଲମାନ୍ ଖାନ୍ , ମହେଶ୍ ଭଟ୍ଟ , ଅନିଲ କପୂର୍ , ସୋନାକ୍ଷୀ ସିନ୍ହା ଭଳି ଫିଲ୍ମ ଷ୍ଟାର ମାନେ ଯୋଗ ଦେଇଥିଲେ ।

ଏହି ସମ୍ମିଳନୀରେ କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ । ଷ୍ଟେଜ ଉପରେ ଥିବା ବେଳେ ସଲମାନ୍ ଖାନ୍ ମମତାଙ୍କୁ ନାଚିବା ପାଇଁ ଅନୁରୋଧ କରିଥିଲେ । ସଲମାନ୍ ଙ୍କ ସହିତ ମହେଶ ଭଟ୍ଟ ମଧ୍ୟ ତାଙ୍କୁ ଷ୍ଟେଜ ଉପରକୁ ଆମନ୍ତ୍ରଣ କରିଥିଲେ ।

ଏହା ପରେ ସଲମାନ୍ , ଶତ୍ରୁଘ୍ନ , ସୋନାକ୍ଷୀ , ଅନିଲ କପୁର ଆଦି ମିଶି ମମତାଙ୍କ ସହ ନୃତ୍ୟ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଲୋକ ମାନେ ବେଶ୍ ପସନ୍ଦ କରିଛନ୍ତି ମମତାଙ୍କ ନୃତ୍ୟକୁ । ଏ ନେଇ ବିଭିନ୍ନ କମେଣ୍ଟ୍ ମଧ୍ୟ ଦେଖିବାକୁ ମିଳିଛି ।