ଦେଖନ୍ତୁ ଭିଡ଼ିଓ: ଷ୍ଟାର୍ ତେଲୁଗୁ ଅଭିନେତାଙ୍କୁ ଦୁର୍ବ୍ୟବହାର କଲେ ଟିଭି ଆଙ୍କର୍, ଭିଡ଼ିଓ ଭାଇରାଲ

ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକରେ ସିନେ ତାରକା ଏବଂ ସେଲିବ୍ରିଟିମାନଙ୍କୁ ଡାକି ଟକ୍ ସୋ ପ୍ରସ୍ତୁତ କରାଯାଉଥିବା ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ଏହି ସୋ ଗୁଡିକରେ ଏହି ସେଲିବ୍ରିଟିମାନଙ୍କୁ ଯଥେଷ୍ଟ ସମ୍ମାନ ସହିତ ପ୍ରାଧାନ୍ୟତା ଦିଆଯାଇଥାଏ। କିନ୍ତୁ, ଟିଭି ୯ ନ୍ୟୁଜ୍ ଚ୍ୟାନେଲରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ସିନେ ତାରକା ବିଶ୍ୱକ୍ ସେନଙ୍କୁ ଅପମାନିତ କରାଯାଇଥିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଭିଡ଼ିଓରେ ସେନ୍ ଟିଭି ଆଙ୍କର୍ ଦେବୀ ନାଗଭଲ୍ଲୀଙ୍କୁ,"ମୋତେ ବ୍ୟକ୍ତିଗତ ଭାବେ ଆକ୍ରମଣ କରିବାର ଅଧିକାର ଆପଣଙ୍କ ପାଖରେ ନାହିଁ। ତେଣୁ, ତୁମେ ତୁମର ଜିହ୍ୱାକୁ ଲଗାମ ଦିଅ ଏବଂ ମୋତେ ଉଦାସୀନ ବ୍ୟକ୍ତି କିମ୍ବା ପାଗଲ୍ ସେନ୍ ବୋଲି କୁହ ନାହିଁ" ବୋଲି କହିଥିଲେ।
Shocking!
— BINGED (@Binged_) May 2, 2022
The behaviour of the anchor here is utterly disgusting!#VishwakSen #TV9 pic.twitter.com/LsOGfdgleY
ଏହାର ଉତ୍ତରରେ ରିପୋର୍ଟର୍ ଜଣକ ସେନଙ୍କୁ ଷ୍ଟୁଡିଓରୁ ବାହାରକୁ ଯିବାପାଇଁ କୁହଁନ୍ତି। ଏଥିରେ ଉତକ୍ଷିପ୍ତ ହୋଇ ସେନ୍ କିଛି ଅପଶବ୍ଦ ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ, ଏହାପରେ ସେ ଷ୍ଟୁଡିଓ ଛାଡ଼ି ଯିବା ସମୟରେ ଆଙ୍କର୍ ଜଣକ "ମୋ ଷ୍ଟୁଡିଓରୁ ବାହାର" ବୋଲି ଚିତ୍କାର କରିଥିଲେ। ଭିଡ଼ିଓଟି ଭାଇରାଲ ହେବାପରେ ଉକ୍ତ ଟିଭି ଚ୍ୟାନେଲ ଏବଂ ଆଙ୍କରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି।