ଆରପାରିରେ ସୁନାମଧନ୍ୟ କଳାକାର ରାଇମୋହନ ପରିଡ଼ା! ନିଜ ବାସଭବନରେ କରିଛନ୍ତି ଆତ୍ମହତ୍ୟା, ଜାଣନ୍ତୁ ଆତ୍ମହତ୍ୟା ପଛର କାରଣ

 
Rainohan

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ସଫଳ ଅଭିନେତା ରାଇମୋହନ ପରିଡ଼ାଙ୍କର ମୃତ୍ୟୁ ଘଟିଛି। ସିନେ ଜଗତରେ ଖଳନାୟକ ଭାବରେ ବେସ୍ ପ୍ରସିଦ୍ଧି ଲାଭ କରିଥିବା ରାଇମୋହନ ନିଜେ ଆତ୍ମହତ୍ୟା କରିଥିବା କୁହାଯାଉଛି। କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ବଶତଃ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ କୁହାଯାଉଛି ପାରିବାରିକ କଳହରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି, ତେବେ ତାଙ୍କର ବିୟୋଗରେ ସାରା ଓଡିଶା ସ୍ତବ୍ଧ ହୋଇଯାଇଛି।

Raimohan

ମିଳିଥିବା ସୂଚନା ଅନୁଯାଇ ଆଜି ମଧ୍ୟାହ୍ନରେ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଥିବା ବେଳେ ପାରିବାରିକ କଳହ ହେତୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ୧୦୦ ରୁ ଅଧିକ ଓଡ଼ିଆ ସିନେମାରେ ନିଜ ଅଭିନୟର ଛାପ ଛାଡିଥିବା ରାଇମୋହନ ଗତ କିଛି ବର୍ଷ ହେବ ଯାତ୍ରା ଜଗତରେ ମଧ୍ୟ ପାଦ ଥାପିଥିଲେ।

Raimohan

କେନ୍ଦୁଝର ଜିଲ୍ଲାର ଉଦୟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ରାଇମୋହନ ନିଜର ବଳିଷ୍ଠ ଅଭିନୟ ବଳରେ ଓଡ଼ିଆ ସିନେ ଜଗତରେ ବେସ୍ ସୁନାମ ଅଧିକାର କରିଥିଲେ। ସେ ୧୯୮୪ ମସିହାରେ ଗଙ୍ଗଶିଉଳି ଚଳଚିତ୍ରରୁ ଓଲିଉଡ ଜୀବନ ଆରମ୍ଭ କରିଥିବା ବେଳେ ୭୦ ରୁ ୮୦ ଚଳଚିତ୍ରରେ ଖଳନାୟକ ଭୂମିକା ଗ୍ରହଣ କରିଥିଲେ। ରିଲ ଲାଇଫରେ ଜଣେ ଖଳନାୟକ ଭାବରେ ଚର୍ଚ୍ଚିତ ରାଇମୋହନ ରିଅଲ୍ ଲାଇଫରେ ଜଣେ ଶାନ୍ତ ସ୍ଵଭାବର ମଣିଷ ଭାବରେ ବେସ୍ ଜଣାଶୁଣା। ଆସୁଛି ମୋ କାଳିଆ ସୁନା, ଉଦଣ୍ଡି ସୀତା, ଦାଦାଗିରି, ସିଂହ ବାହିନୀ, ରକତ ଚିହ୍ନିଛି ନିଜର କିଏ ଭଳି ଚଳଚିତ୍ର ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।