ଅଜବ୍ ଡ୍ରେସକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ଉର୍ଫି ଜାଭେଦ, କହିଲେ- ମୁଁ ଏମିତିକା ଡ୍ରେସ୍ ଏଥିପାଇଁ ପିନ୍ଧେ କାରଣ...

 
Urfi javed

ଭିନ୍ନ ଭିନ୍ନ ପ୍ରକାରର ଅଜବ ଗଜବ ଡ୍ରେସ୍ ପିନ୍ଧାକୁ ନେଇ ବେସ୍ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। କେତେକଙ୍କୁ ଏହା ପସନ୍ଦ ଆସୁଥିବା ବେଳେ ଅଧିକାଂଶ ଲୋକେ ଅଙ୍ଗ ପ୍ରଦର୍ଶନ ପାଇଁ ତାଙ୍କୁ ସମାଲୋଚନା ମଧ୍ୟ କରିଥାନ୍ତି। କିଛି ଦିନ ତଳେ ବିଜେପି ଚିତ୍ରା କିଶୋର ୱାଗ ଏଥିନେଇ ଆଇନର ଆଶ୍ରୟ ମଧ୍ୟ ନେଇଥିଲେ। ଏହାରି ଭିତରେ ଉର୍ଫିଙ୍କୁ ସୁରକ୍ଷା ଦେବା ପାଇଁ ମୁମ୍ବାଇ ପୁଲିସ କମିସନରଙ୍କୁ ଚିଠି ଲେଖିଛନ୍ତି ମହିଳା କମିସନ।

Urfi javed vs chitra

 ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ଏବଂ ମାମଲାକୁ ନେଇ ଉର୍ଫିଙ୍କୁ ପଚରା ଯିବାରୁ ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସେ ଏପରି କରୁଥିବା କହିଛନ୍ତି। ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି ସେମାନେ ଆଇନର ଆଶ୍ରୟ ନେବା ବଦଳରେ ସର୍ବସଧାରଣରେ ତାଙ୍କୁ ମାରିବାକୁ ଧମକ ଦେଉଥିବା ଉର୍ଫି କହିଛନ୍ତି।

Urfi javed

ଏଭଳି କିଛି ବ୍ୟକ୍ତିବିଶେଷଙ୍କ ପାଇଁ ସେ ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି। ତେଣୁ, ମହିଳା କମିଶନ ମାଧ୍ୟମରେ ସେ ସୁରକ୍ଷା ମାଗିଛନ୍ତି। ସେ ପିନ୍ଧୁଥିବା ପୋଷାକକୁ ନେଇ ପ୍ରଶ୍ନ କରାଯିବାରୁ “କେଉଁ ପୋଷାକ ପିନ୍ଧିବା ଉଚିତ୍ ଏବଂ କେଉଁ ପୋଷାକ ପିନ୍ଧିବା ଉଚିତ୍ ନୁହେଁ ତାହା କିଏ ସ୍ଥିର କରିବ? ସେଲିବ୍ରିଟିମାନେ କହୁଛନ୍ତି ମୁଁ ଦୃଷ୍ଟି ଆକର୍ଷଣ ପାଇଁ ଏଭଳି ପୋଷାକ ପିନ୍ଧୁଛି। ହଁ, ମୁଁ ଦୃଷ୍ଟି ଆକର୍ଷଣ ପାଇଁ ଏଭଳି ପୋଷାକ ପିନ୍ଧୁଛି। ଏହି ଇଣ୍ଡଷ୍ଟ୍ରିରେ ରହିବା ପାଇଁ ଲୋକପ୍ରିୟତା ପାଇବା ଏବଂ ଦୃଷ୍ଟି ଆକର୍ଷଣ କରିବା ଜରୁରୀ। ଯଦି ମୁଁ ତାହା କରୁଛି, ତେବେ ଏଥିରେ କ’ଣ ଭୁଲ୍ ଅଛି? ” ବୋଲି ଉର୍ଫି ପାଲଟା ପ୍ରଶ୍ନ କରିଛନ୍ତି।